ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ(UIDAI) ଏହାର ଡେପୁଟି ଡାଇରେକ୍ଟର ଏବଂ ବରିଷ୍ଠ ଆକାଉଣ୍ଟ ଅଫିସର ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି । UIDAI ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ଉପରୋକ୍ତ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ UIDAIର ଅଫିସିଆଲ ୱେବସାଇଟ୍ uidai.gov.inକୁ ଯାଇ ଅବେଦନ କରିପାରିବେ । ଆବେଦନକ ରିବାର ଶେଷ ତାରିଖ ହେଉଛି ୨୦ ଜାନୁଆରୀ, ୨୦୨୫ ।
ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଆୟୁ ସୀମା
UIDAIରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଜଣଙ୍କ ଚାଟାର୍ଡ଼ ଆକାଉଣ୍ଟାଣ୍ଟ, କଷ୍ଟ ଆକାଉଣ୍ଟାଣ୍ଟ, ଏମବିଏ(ଫାଇନାନ୍ସ)ରେ ଡିଗ୍ରୀ ହାସଲ କରିଥିବେ କିମ୍ବା SAS ବା ସମକକ୍ଷ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ । ଏହା ବ୍ୟତୀତ କୌଣସି ସରକାରୀ ସେବାରେ ପ୍ରାର୍ଥୀଙ୍କ ପାଖରେ ୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ । ପ୍ରାର୍ଥୀଙ୍କ ବୟସ ୫୬ ବର୍ଷରୁ ଅଧିକ ହୋଇନଥିବ ।
କେତେ ରହିଛି ଦରମା
ସପ୍ତମ ବେତନ ଆୟୋଗ ଅନୁଯାୟୀ ନିଯୁକ୍ତ ପ୍ରାର୍ଥୀଙ୍କୁ ଦରମା ପ୍ରଦାନ କରାଯିବ । ଡେପୁଟି ଡାଇରେକ୍ଟରଙ୍କୁ ବେତନ ମାଟ୍ରିକ୍ସ ଲେବୁଲ-୧୧ ଅନ୍ତର୍ଗତ ୬୭, ୭୦୦ ଟଙ୍କାରୁ ୨୦୮୭୦୦ ଟଙ୍କା ମାସିକ ଦରମା । ବରିଷ୍ଠ ଆକାଉଣ୍ଟାଣ୍ଟ ଅଫିସରଙ୍କୁ ବେତନ ମାଟ୍ରିକ୍ସ ଲେବୁଲ-୧୦ ଅନ୍ତର୍ଗତ ୫୬, ୧୦୦ ଟଙ୍କାରୁ ୧୭୭୫୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ପ୍ରଦାନ କରାଯିବ ।
ତେବେ ପ୍ରାର୍ଥୀ ଜଣଙ୍କ UIDAIର ଅଫିସିଆଲ ୱେବସାଇଟ୍ uidai.gov.in ରୁ ଆବେଦନ ଫର୍ମ ଡାଉନଲୋଡ୍ କରି ଏହାକୁ ପୂରଣ କରି ନିମ୍ନଲିଖିତ ଠିକଣାରେ ଅନ୍ତିମ ତାରିଖ ପୂର୍ବରୁ ପଠାଇପାରିବେ ।
ନିର୍ଦ୍ଦେଶକ(HR)
ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ(UIDAI)
ଆଞ୍ଚଳିକ କାର୍ଯ୍ୟାଳୟ
ବ୍ଲକ୍- ଭି, ପ୍ରଥମ ମହଲା, ହାଉସଫେଡ୍ କମ୍ପେ୍ଲକ୍ସ,
ବେଲଟୋଲ ବସିଷ୍ଠ ରୋଡ୍, ଦିସପୁର, ଗୁଆହାଟି-୭୮୧୦୦୬