fbpx

ତେଲେଙ୍ଗାନାରେ ଏନକାଉଣ୍ଟର, 6 ନକ୍ସଲ ନିହତ

encounter between police and maoists in telanganas bhadradri kothagudem district

ତେଲେଙ୍ଗାନା: ସୁରକ୍ଷାବାହିନୀକୁ ବଡ ସଫଳତା । ସୁରକ୍ଷାବାହିନୀଙ୍କ ଗୁଳିମାଡରେ ଟଳିପଡିଲେ ନକ୍ସଲ । ତେଲେଙ୍ଗାନା ଭଦ୍ରାଦି କୋଥାଗୁଡେମ ଜିଲ୍ଲାରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ 6ଜଣ ନକ୍ସଲ ଟଳିପଡିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଜଣେ ସୁରକ୍ଷାକର୍ମୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ଆଜି ସକାଳ ସମୟରେ ଆରମ୍ଭ ହୋଇଥିଲା ଏହି ଏନକାଉଣ୍ଟର । ଏନେଇ ତେଲେଙ୍ଗାନା ଭଦ୍ରାଦି କୋଥାଗୁଡେମ ଜିଲ୍ଲା ସୁପରିଟେଣ୍ଡେଣ୍ଟ ରୋହିତ ରାଜ କହିଛନ୍ତି, “ଆଜି ସକାଳ ସମୟରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । 6ଜଣ ନିହତ ହୋଇଛନ୍ତି ।“

ଉଲ୍ଲେଖଯୋଗ୍ୟ ଯେ, ଗତ ବୁଧବାର ଦିନ ଛତିଶଗଡ ଦନ୍ତେଓ୍ହାଡା ଜିଲ୍ଲାରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ 9ଜଣ ନକ୍ସଲ ଟଳିପଡିଥିବା କୁହାଯାଇଛି । କିନ୍ତୁ ସୌଭାଗ୍ୟବଶତଃ ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ରହିଥିଲେ । ଅନେକ ସମୟରେ ଛଡିଶଗଡରେ ଏନକାଉଣ୍ଟର ହେଉଥିବା ନେଇ ଖବର ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ତେଲେଙ୍ଗାନାରେ ଏନକାଉଣ୍ଟର ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Get real time updates directly on you device, subscribe now.