Breaking; କନ୍ଧମାଳରେ ଏନକାଉଣ୍ଚର, ଜଣେ ମାଓବାଦୀ ନିପାତ

ଭୁବନେଶ୍ବର: କନ୍ଧମାଳରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ ମାଓବାଦୀ ନିପାତ ହୋଇଥିବା ସୂଚନା ରହିଛି । କନ୍ଧମାଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ବାଲଗୁଡା ଥାନା ଅଞ୍ଚଳରେ ଏହି ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏସଓଜି, ଡିଭିଏଫ ସୁରକ୍ଷାକର୍ମୀ କୁମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହୋଇଥିବା ସୂଚନା ରହିଛି । ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ତେବେ ସର୍ଚ୍ଚ ଅପରେସନ ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଜାରି ରହିଛି ଏନକାଉଣ୍ଟର ।