fbpx

ଯୋଗୀଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ଲକ୍ଷ୍ନୌରେ ଏନକାଉଣ୍ଟର: ରାହୁଲ ସିଂହ ନିହତ

Advertisement

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ରାଜଧାନୀ ଲକ୍ଷ୍ନୌରେ କୁଖ୍ୟାତ ଅପରାଧୀ ରାହୁଲ ସିଂକୁ ଏନକାଉଣ୍ଟର କରିଛି ପୋଲିସ । ହଂସନଗଞ୍ଜ ଅଞ୍ଚଳରେ ପୋଲିସ ଓ ଅପରାଧୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସର ଏନକାଉଣ୍ଟରରେ ରାହୁଲ ସିଂ ନିହତ ହୋଇଥିବା ଖବର ମିଳିଛି । ରାହୁଲ ସିଂହ ଉପରେ ଏକ ଗହଣା ଦୋକାନରୁ ଲୁଟ୍ କରିବା ସହ ଅନ୍ୟାନ୍ୟ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ହୋଇଥିଲା । ଅଲିଗଞ୍ଜ ଗହଣା ଦୋକାନରୁ ଲୁଟ୍ ସମୟରେ ଜଣେ କର୍ମଚାରୀଙ୍କ ହତ୍ୟା କରିଥଲା ରାହୁଲ ।

ପୋଲିସ ପାଖରୁ ମିଳିଥିବା ସୂଚନା ଅନୁସାରେ, ଅନେକ ଦିନ ହେବ ରାହୁଲକୁ ଖୋଜୁଥିଲା ପୋଲିସ । ଅଭିଯୁକ୍ତ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା । ଏହା ପୂର୍ବରୁ ରାହୁଲର ୨ ସାଥୀଙ୍କୁ ଗିରଫ କରିସାରିଛି ପୋଲିସ । ଶୁକ୍ରବାର ଦିନ ହଂସନଗଞ୍ଜ ଅଞ୍ଚଳରେ ରାହୁଲକୁ ଘେରିଥିଲା ଲଖନଉ ପୋଲିସ । ଏହା ପରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ପୋଲିସ ଗୁଳିରେ ରାହୁଲ ଆହତ ହୋଇଥିଲା । ତାକୁ ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାର ମୃତ୍ୟୁ ହୋଇଛି । ଏବେ ରାହୁଲର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

 

Get real time updates directly on you device, subscribe now.