fbpx

କାଶ୍ମୀରରେ ଏନକାଉଣ୍ଟର: ସେନାର ଜଣେ ଯବାନ୍ ସହିଦ, ୪ ଆହତ

କାଶ୍ମୀର: ଜାମ୍ମୁ-କାଶ୍ମୀରର ସୁଞ୍ଜୱାନ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ହୋଇଛି । ଏହି ଗୁଳିକାଣ୍ଡରେ ସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଯବାନ ଗୁରୁତର ଆହତ ହୋଇଛନ୍ତି । ଏନକାଉଣ୍ଟର ଏବେ ବି ଜାରି ରହିଛି ।

ଜାମ୍ମୁ ଜୋନର ଏଡିଜିପି ମୁକେଶ ସିଂହ କହିଛନ୍ତି ଯେ, ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । କୁହାଯାଉଛି ଯେ, ଆତଙ୍କବାଦୀମାନେ ଗୋଟିଏ ଘରେ ଲୁଚି ରହିଛନ୍ତି ।

ଅନ୍ୟପଟେ ଜମ୍ମା-କାଶ୍ମୀରର ବାରାମୂଳାରେ ଗୁରୁବାର ଦିନ ହୋଇଥିବା ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଲସ୍କର-ଏ-ତୈୟବାର କମାଣ୍ଡର ସହ ୩ ଆତଙ୍କବାଦୀ ନିତ ହୋଇଥିଲେ ।

Get real time updates directly on you device, subscribe now.