BREAKING: କଟକରେ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର

କଟକ ଚୌଦ୍ୱାରରେ ଦୁଇ ଅଭିଯୁକ୍ତଙ୍କୁ ଡବଲ ଏନକାଉଣ୍ଟର । ଶୁଭ୍ରାଂଶୁ ପରିଡା ଓ କଟାଶ ରାଉତଙ୍କୁ ଏନକାଉଣ୍ଟର ।

କଟକ: କଟକରେ ଦୁଇ ଅଭିଯୁକ୍ତଙ୍କୁ ଡବଲ ଏନକାଉଣ୍ଟର । ଶୁଭ୍ରାଂଶୁ ପରିଡା ଓ କଟାଶ ରାଉତଙ୍କୁ ଏନକାଉଣ୍ଟର ।

ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ମିଳିତ ଉଦ୍ୟମରେ ଏନକାଉଣ୍ଟର । ଚୌଦ୍ୱାର ଇଦ୍ରାଣୀ ପାଟଣାରେ ଏନକାଉଣ୍ଟର କରିଛି ପୋଲିସ । ଉଭୟଙ୍କୁ ଧରିବାକୁ ଯାଇଥିବା ବେଳେ ପୋଲିସକୁ ଗୁଳିମାଡ଼ କରିଥିଲେ ଅଭିଯୁକ୍ତ ।

ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ଏମାନେ ପ୍ରଥମେ ଗୁଳିମାଡ଼ କରିଥିଲେ ।

ପୋଲିସର ପାଲଟା ଗୁଳିରେ ଉଭୟ ଆହାତ ହୋଇଥିବା ସୂଚନା ରହିଛି । ଆହାତ ଦୁଇ ଅଭିଯୁକ୍ତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ।

ଅଭିଯୁକ୍ତ ପୋଲିସକୁ ଗୁଳି କରିଥିବା ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । କଟାସ ନାଁରେ ୧୫ ଏବଂ ଶୁଭ୍ରାଂଶୁ ନାଁରେ ୫୦ରୁ ଅଧିକ ମାମଲା ଥିବା ସୂଚନା ରହିଛି ।