fbpx

ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ଦୁଇ ଯବାନ ସହିଦ, ଦୁଇ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କିସ୍ତୱାଡର ଛତରୂ ଅଞ୍ଚଳରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରର ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଏହି ଏନକାଉଣ୍ଟରରେ ସେନାର ୨ ଯବାନ ସହିଦ ଏବଂ ୨ ଯବାନ ଆହତ ହୋଇଛନ୍ତି । ଏନକାଉଣ୍ଟର ସ୍ଥଳରେ ଆହତ ଯବାନଙ୍କୁ ବାହାର କରାଯାଇଛି । ଏଠାରେ ସେନାର ଅପରେସନ ଜାରି ରହିଛି ।

ସୂଚନା ମୁତାବକ ଛତୂର ପୋଲିସ ଷ୍ଟେସନ ଅନ୍ତର୍ଗତ ନୈଦଘାମ ଗାଁର ଉପରି ଭାଗରେ ପିଙ୍ଗନଲ ଗୁଗଡ୍ଡାର ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀର ଯାଞ୍ଚ ପ୍ରକ୍ରିୟା ଚାଲୁରହିଥିବା ବେଳେ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀମାନେ ହଠାତ ଗୁଳିଚାଳନା ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀ ପକ୍ଷରୁ ମଧ୍ୟ ଗୁଳିଚାଳନା କରି ପ୍ରତିଶୋଧ ନେଇଥିଲା । କିସ୍ତୱାଡ ଅପରେସନରେ ଯୋଦ୍ଧା ଅରବିନ୍ଦ ସିଂହ ଏବଂ ନାୟବ ସୁବେଦାର ବିପନ କୁମାର ସହିଦ ହୋଇଥିଲେ । ବାରାମୂଲାର ଚକ ଟାପର କ୍ରିରୀ ପଟ୍ଟନ ଅଞ୍ଚଳରେ ମଧ୍ୟ ମୁକାବିଲା ଖବର ସାମ୍ନାକୁ ଆସିଛି ।

Get real time updates directly on you device, subscribe now.