fbpx

୩୦୦ ଫୁଟ ଉଚ୍ଚ ପାହାଡ଼ରୁ ତଳକୁ ଖସିଲା ଇଞ୍ଜିନିୟରିଂ ଛାତ୍ର, ଏହାପରେ କ’ଣ ହେଲା ଦେଖନ୍ତୁ Video

ନୂଆଦିଲ୍ଲୀ: କର୍ଣ୍ଣାଟକର ନନ୍ଦୀ ପାହାଡ଼ରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଯାଇଛି । ଜଣେ ୧୯ ବର୍ଷୀୟ ଯୁବକ ପାହାଡ଼ରୁ ୩୦୦ ଫୁଟ ତଳକୁ ଖସିପଡ଼ିଥିଲେ । ତେବେ ଯୁବକଙ୍କର ଭାଗ୍ୟ ଭଲ, ସେ କୌଣସି ଖାଲ ଜାଗାରେ ପଡ଼ିନଥିଲେ । ଏହାପରେ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚିବା ସହ ଏହାର ଫୋର୍ସର ସହାୟତା ଲୋଡ଼ା ହୋଇଯାଇଥିଲା । ତେବେ ଉକ୍ତ ଯୁବକଙ୍କୁ ଉଦ୍ଧାର କରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ସ୍ଥାନୀୟ ପୋଲିସ ସହଯୋଗରେ ଉକ୍ତ ଯୁବକଙ୍କ ଜୀବନ ରକ୍ଷା କରାଯାଇଥିବା ବାୟୁସେନା ପକ୍ଷରୁ କୁହାଯାଇଛି । ଏମଆଇ-୧୭ର ପାଇଲଟ ଯୁବକଙ୍କୁ ଉପରକୁ ଉଠାଇବା ସହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିାଲ । ତେବେ ଯୁବକ ଜଣଙ୍କ ବେଙ୍ଗାଲୁରୁର ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି । ସେ ଟ୍ରେକିଂ କରିବା ଉଦ୍ଦେଶ୍ୟରେ ନନ୍ଦା ପାହାଡ଼ରେ ପହଞ୍ଚିଥିଲେ । ତେବେ କୌଣସି କାରଣରୁ ଭାରସାମ୍ୟ ହରାଇ ସେ ତଳକୁ ଖସିପଡ଼ିଥିଲେ । ସେ ଯଦି ପାହାଡ଼ ମଝିରେ ରହିନଥାନ୍ତେ ତେବେ ନିଶ୍ଚିତ ଭାବେ ବିରାଟ ଖାଲରେ ଖସି ପଡ଼ିଥାନ୍ତେ ।

Get real time updates directly on you device, subscribe now.