fbpx

ପୁଣି ଟେଷ୍ଟ୍ ମ୍ୟାଚ୍‌ରେ ଦେଖିବାକୁ ମିଳିଲା ରୋମାଞ୍ଚ, ଫଲୋଅନ ପରେ ମଧ୍ୟ ୧ ରନ୍‌ରେ ଇଂଲଣ୍ଡକୁ ହରାଇଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ: କ୍ରିକେଟ୍‌ରେ ରୋମାଞ୍ଚକର କ’ଣ ହୋଇଥାଏ, ତାହା କେବଳ ଟେଷ୍ଟ୍ ମ୍ୟାଚ୍‌ରେ ଦେଖିବାକୁ ମିଳେ । ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ରୋମାଞ୍ଚକର ଜୋରଦାର ଲଢେଇ ଦେଖିବାକୁ ମିଳିଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧ ରନ୍‌ରେ ବିଜୟ ହାସଲ କରିଥିଲା। ଗୋଟିଏ ସମୟରେ ଇଂଲଣ୍ଡ ମ୍ୟାଚ୍ ଜିତିବା ସ୍ଥିତିରେ ଥିଲା । କିନ୍ତୁ ଭାଗ୍ୟ ନ୍ୟୁଜିଲ୍ୟାଣ୍ଡ ସହିତ ରହିଥିଲା। ତେବେ ଶେଷ ଉଇକେଟ୍ ନେଇ ନିଲ୍ ୱାଗନର ନ୍ୟୁଜିଲାଣ୍ଡକୁ ବିଜୟ ଆଣି ଦେଇଥିଲେ।

ଶେଷ ଉଇକେଟ୍‌ରେ ଇଂଲଣ୍ଡକୁ ଜିତିବା ପାଇଁ ୭ରନ୍ ଆବଶ୍ୟକ ଥିବା ବେଳେ ନ୍ୟୁଜିଲାଣ୍ଡକୁ ଗୋଟିଏ ଉଇକେଟ୍ ଦରକାର ଥିଲା । ଏହି ସମୟରେ ଇଂଲଣ୍ଡର ଜିମି ଆଣ୍ଡରସନ୍ ଏକ ଚୌକା ମାରି ଏହି ରୋମାଞ୍ଚକୁ ଆହୁରି ବଢାଇ ଦେଇଥିଲେ । ଏହାପରେ ଇଂଲଣ୍ଡକୁ ଜିତିବା ପାଇଁ ୨ରନ୍ ଦରକାର ଥିବା ବେଳେ ୱାଗନର ଆଣ୍ଡରସନ୍‌ଙ୍କୁ ଆଉଟ୍ କରି ନ୍ୟୁଜିଲାଣ୍ଡ ୧ ରନ୍‌ରେ ମ୍ୟାଚ୍ ଜିତି ନେଇଥିଲା ।

ଇଂଲଣ୍ଡକୁ ଦ୍ୱିତୀୟ ଇନିଂରେ ଜିତିବା ପାଇଁ ନ୍ୟୁଜିଲାଣ୍ଡ ୨୫୮ ରନ୍‌ର ଟାର୍ଗେଟ୍ ଦେଇଥିଲା । କିନ୍ତୁ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୨୫୬ ରନ୍ କରି ଆଉଟ୍ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ପାଇଁ ନିଲ୍ ୱାଗନର ୪ଟି ଉଇକେଟ୍ ନେଇ ଦଳକୁ ଜବରଦସ୍ତ ବିଜୟ ଆଣିଦେଇଥିଲେ । ସେହିପରି ଟିମ୍ ସାଉଥି ୩ଟି ଉଇକେଟ୍ ଏବଂ ତାଙ୍କ ବାଦ୍ , ମେଟ୍ ହେନେରୀ ୨ଟି ଉଇକେଟ୍ ନେଇଥିଲେ । ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ସିରିଜକୁ ୧-୧ ବରାବର ସ୍ଥତିକୁ ନେଇ ଆସିଛି । ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟ ହାସଲ କରିଥିଲା ।

ଏହି ବିଜୟ ସହିତ ଫଲୋଅନ ପାଇବା ପରେ ମଧ୍ୟ ମ୍ୟାଚରେ ବିଜୟୀ ହୋଇ ନ୍ୟୁଜିଲ୍ୟାଣ୍ଡ ଅନ୍ୟ ତିନୋଟି ଦଳରେ ଯୋଗ ଦେଇଛି। ଏହିପରି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୨୦୦୧ ରେ କୋଲକାତାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ଅସମ୍ଭବ ବିଜୟ ହାସଲ କରିଥିଲା। ଟେଷ୍ଟ କ୍ରିକେଟ୍ ଇତିହାସରେ ନ୍ୟୁଜିଲ୍ୟାଣ୍ଡ ୧ ରନ୍‌ ବିଜୟ ମାର୍ଜିନ୍ ସହିତ ଦ୍ୱିତୀୟ ଥର ଘଟିଛି। ପୂର୍ବରୁ ଆଡିଲେଡରେ ଏତେ କମ୍ ମାର୍ଜିନରେ ୧୯୯୩ରେ ୱେଷ୍ଟଇଣ୍ଡିଜ୍ ଅଷ୍ଟ୍ରେଲିଆ ଉପରେ ସମାନ ବିଜୟ ହାସଲ କରିଥିଲା।

VVS Laxman and Rahul Dravid helped India to a famous win over Australia in 2001 after being forced to follow on

Get real time updates directly on you device, subscribe now.