ଭାରତକୁ ୧୭୨ ରନର ଟାର୍ଗେଟ୍, ବରୁଣଙ୍କ ଖେଳ ଦେଖି ଇଂଗ୍ରେଜଙ୍କ ଆଖି ଟେରା!

ନୂଆଦିଲ୍ଲୀ: ରାଜକୋଟ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତ ଆଗରେ ୧୭୨ ରନର ଟାର୍ଗେଟ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା।

ଫଳରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଭାରତୀୟ ଦଳକୁ ସିରିଜ୍ ଜିତିବାକୁ ହେଲେ ୧୭୨ ରନ୍ କରିବାକୁ ପଡ଼ିବ। ଇଂଲଣ୍ଡ ଓପନର ବେନ୍ ଡକାଟ୍ ୨୮ ବଲ୍ ରୁ ୫୧ ରନ୍ କରିଥିଲେ।

ସେହିପରି ବରୁଣ ଚକ୍ରବର୍ତ୍ତୀ ଭାରତ ପାଇଁ ସବୁଠାରୁ ସଫଳ ବୋଲର ଥିଲେ। ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୪ ରନ୍ ଦେଇ ଇଂଲଣ୍ଡର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ନିଜର ଶିକାର କରିଥିଲେ।

ଏହା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡର ପ୍ରଥମେ ବ୍ୟାଟିଂ ଆରମ୍ଭ ଭଲ ନଥିଲା।

ଇଂଲଣ୍ଡ ଓପନର ଫିଲ୍ ସଲ୍ଟ ୭ ବଲ୍ ରୁ ୫ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଫିଲ୍ ସଲ୍ଟଙ୍କୁ ଆଉଟ୍ କରିଥିଲେ। ତେବେ ବେନ୍ ଡକେଟ୍ ୨୮ ବଲ୍ ରୁ ୫୧ ରନ୍ ର ଭଲ ଇନିଂସ୍ ଖେଳିଥିଲେ।

ସେ ନିଜ ଇନିଂସରେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ୨୨ ବଲରୁ ୨୪ ରନ୍ କରିଥିଲେ। ହ୍ୟାରି ବ୍ରୁକ୍ ଥରେ ଫ୍ଲପ୍ ହୋଇଥିଲେ।

ହ୍ୟାରି ବ୍ରୁକ୍ ୧୦ ବଲ୍ ରୁ ୮ ରନ୍ କରିଥିଲେ ଏବଂ ରବି ବିଷ୍ନୋଇ ତାଙ୍କୁ ବୋଲିଂ କରିଥିଲେ।