Breaking: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଫିଲ୍ଡିଂ କରିବ ଭାରତ
ବାରବାଟୀ ଦିନିକିଆ ସିରିଜରେ ଟସ୍ ଜିତିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିବାକୁ ଦଳର ନିଷ୍ପତ୍ତି। ଫିଲ୍ଡିଂ କରିବ ଭାରତ।
କଟକ: ବାରବାଟୀ ଫିଭର। ଟସ୍ ଜିତିଲା ଇଂଲଣ୍ଡ। ଫିଲ୍ଡିଂ କରିବ ଭାରତ। ଷ୍ଟାଡିୟମରେ ଲାଗିଲାଣି ଫ୍ୟାନଙ୍କ ଖଚାଖଚ ଭିଡ଼। ବାରବାଟୀ ଦିନିକିଆ ମ୍ୟାଚରେ ଟସ୍ ଜିତିଲା ଇଂଲଣ୍ଡ।
ଆଉ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦଳ। ସେପଟେ ଫିଲ୍ଡିଂ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ଟିମ୍। ଏବଂ ସୂଚନା ଆସିଛି ଯେ କୁଲଦୀପ ଯାଦବଙ୍କ ସ୍ଥାନରେ ଖେଳିବେ ବରୁଣ ଚକ୍ରବର୍ତ୍ତୀ। ପୂର୍ବରୁ ଗତକାଲି ଫିଲ୍ଡରେ ନେଟ୍ ପ୍ରାକ୍ଟିସ କରିସାରିଛି ଭାରତୀୟ ଟିମ୍। ହେଲେ ପିଚର ସ୍ଥିତି କିପରି ରହିଛି ତାହା ଜାଣିନାହିଁ ଇଂଲଣ୍ଡ।
ତେଣୁ ଏହି ରୋଚକ ଭରା ମ୍ୟାଚରେ ଦୁଇ ଦଳର ପ୍ରଦର୍ଶନ କିପରି ରହୁଛି ତାହା ଉପରେ ସମସ୍ତଙ୍କ ନଜର। ଯେହେତୁ ଏହି ମ୍ୟାଚ୍ ବାରବାଟୀରେ ଖେଳାଯାଉଛି, ତେଣୁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ କ୍ରେଜ ଦେଖିବାକୁ ମିଳୁଛି। ଷ୍ଟାଡିୟମ ପୁରା ବ୍ଲୁ ବ୍ଲୁ ଦେଖାଯାଉଛି।
ସେପଟେ ଯାହା ସୂଚନା ଆସିଛି ଜୟସଓ୍ୱାଲଙ୍କ ସ୍ଥାନରେ ଖେଳିବେ ହିଟମ୍ୟାନ୍ ବିରାଟ କୋହଲି। ପୂର୍ବରୁ କୋହଲି ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନଥିଲା। ତେଣୁ ଭାରତୀୟ କ୍ରିକେଟ୍ ପ୍ରେମୀ ଟିକେ ଦ୍ୱନ୍ଦ୍ୱରେ ରହିଥିଲେ। ହେଲେ ଏବେ ସେ ଦ୍ୱନ୍ଦ୍ୱ ଦୂର ହୋଇଛି। ଏବଂ ବାରବାଟୀରେ କୋହଲି ନିଜ ଜଲଓ୍ୱା ଦେଖାଇବାକୁ ଯାଉଛନ୍ତି।