ମଦୁଆଙ୍କ ପାଇଁ ବଢ଼ିଲା ଅଡୁଆ, କାଲିଠୁ ଲାଗୁ ହେବ ବର୍ଦ୍ଧିତ ଦର

ବିୟର-ମଦ ପ୍ରେମୀଙ୍କୁ ଲାଗିଲା ବଡ଼ ଝଟକା। ଏଣିକି ଗଣିବାକୁ ପଡିବ ଅଧିକ ଟଙ୍କା। ସୋମବାରଠାରୁ ଲାଗୁ ହେବ ବର୍ଦ୍ଧିତ ଦର।

ନୂଆଦିଲ୍ଲୀ: ମଦ କମ୍ପାନିଗୁଡ଼ିକର ଚାହିଦା କୁ ଆଧାର କରି ନିଆଯାଇଥିବା ନିଷ୍ପତ୍ତି ପରେ କେରଳରେ ଭାରତରେ ନିର୍ମିତ ବିଦେଶୀ ମଦ, ବିୟର ଓ ମଦ ଦର ବୃଦ୍ଧି କରାଯାଇଛି।

ଦରରେ ହାରାହାରି ବୃଦ୍ଧି ୧୦% ପର୍ଯ୍ୟନ୍ତ ରହିଥିବା ବେଳେ ବିଭିନ୍ନ ବ୍ରାଣ୍ଡର ଦର ୧୦ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହି ମୂଲ୍ୟ ସଂଶୋଧନରେ ବେଭ୍କୋ ଦ୍ୱାରା ଉତ୍ପାଦିତ ଜବାନ ରମ୍ ର ମୂଲ୍ୟ ରେ ବୃଦ୍ଧି ମଧ୍ୟ ଅନ୍ତର୍ଭୁକ୍ତ।

ପୂର୍ବରୁ ଜବାନ ରମ୍ ର ଦାମ୍ ୬୪୦ ଟଙ୍କା ଥିବା ବେଳେ ଏବେ ଏହା ୬୫୦ ଟଙ୍କା ହେବ ଅର୍ଥାତ୍ ୧୦ ଟଙ୍କା ବୃଦ୍ଧି କରାଯାଇଛି।

ବଦଳିବ ୬୨ଟି ମଦ କମ୍ପାନିର ଦର: ବେଭ୍କୋ ଏକ ସଂଶୋଧିତ ମୂଲ୍ୟ ତାଲିକା ପ୍ରକାଶ କରିଛି, ଯେଉଁଥିରେ ୬୨ଟି କମ୍ପାନୀର ୩୪୧ଟି ବ୍ରାଣ୍ଡର ମୂଲ୍ୟ ବୃଦ୍ଧି ଅନ୍ତର୍ଭୁକ୍ତ।

ତେବେ କିଛି ବ୍ରାଣ୍ଡର ଦାମ୍ ବଦଳିବ ନାହିଁ। ସାମଗ୍ରିକ ଦର ବୃଦ୍ଧି ରାଜ୍ୟରେ ବହୁ ସଂଖ୍ୟକ ମଦ ଉତ୍ପାଦକୁ ପ୍ରଭାବିତ କରିବ।

କ’ଣ କହିଲେ ବେଭ୍କୋର ସିଏମ୍ଡି?: ବେଭ୍କୋ ଏବଂ ମଦ କମ୍ପାନୀମଧ୍ୟରେ ଏକ ‘ରେଟ୍ ଚୁକ୍ତି’ ଆଧାରରେ କେରଳରେ ମଦ ଦର ନିର୍ଦ୍ଧାରଣ କରାଯାଏ । ସାଧାରଣତଃ ବାର୍ଷିକ ଆଲୋଚନା ପରେ ଦର ବୃଦ୍ଧିକୁ ଅନୁମୋଦନ ମିଳିଥାଏ।

ବେଭକୋର ସିଏମଡି ହର୍ଷିତା ଅଟ୍ଟାଲୁରୀ ନିଶ୍ଚିତ କରିଛନ୍ତି ଯେ କମ୍ପାନୀଗୁଡିକ ସହିତ ଆଲୋଚନା ପରେ ବର୍ତ୍ତମାନର ମୂଲ୍ୟ ବୃଦ୍ଧି କରାଯାଇଛି। ସଂଶୋଧିତ ଦର ସୋମବାରଠାରୁ ଲାଗୁ ହେବ।

ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏହା ସତ୍ତ୍ୱେ ଭାରତରେ ବହୁ ସଂଖ୍ୟକ ଲୋକ ମଦ ପିଅନ୍ତି। ବିହାର ଓ ଗୁଜରାଟ ଭଳି ରାଜ୍ୟରେ ମଦ ନିଷିଦ୍ଧ କରାଯାଇଛି।

ଏହା ସତ୍ତ୍ୱେ ଏହି ସବୁ ଅଞ୍ଚଳରୁ ମଦ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି। ଆହୁରି ଅନେକ ରାଜ୍ୟରେ ମଧ୍ୟ ମଦ ନିଷେଧ କଥା କହୁଛନ୍ତି, କିନ୍ତୁ ସରକାର ମଦରୁ ବଡ଼ ଟିକସ ଆଦାୟ କରୁଛନ୍ତି।

ଏଭଳି ସ୍ଥିତିରେ ମଦ ନିଷେଧାଦେଶ ସରକାରଙ୍କ ପାଇଁ କ୍ଷତି ସାବ୍ୟସ୍ତ ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ ସରକାର ଗତବର୍ଷ ନିଜ ସ୍ତରରେ ମଦ ଦୋକାନ ଖୋଲିଥିଲେ।