fbpx

(Video) : ହଟ୍ ଏୟାର ବେଲୁନାର ମଜା ନେଉଥିଲେ ସାବଧାନ୍ ! ମଝି ଆକାଶରେ ନିଆଁ ଲାଗିଲା, ତଳକୁ ଡେଇଁଲେ ଯାତ୍ରୀ, ୨ ଜଣଙ୍କ ମୃତ୍ୟୁ

Advertisement

ମେକ୍ସିକୋ : ଆକାଶରେ ଉଡିବାକୁ କାହାକୁ ଭଲ ନ ଲାଗେ । ସେ ଉଡାଜାହାଜ ହେଉ ଅବା ହଟ୍ ଏୟାର ବେଲୁନ । ଏସବୁରେ ମଜା ଯେତିକି ଥାଏ , ବିପଦ ମଧ୍ୟ ସେତିକି ଥାଏ । ଆମେରିକାର ନିକଟବର୍ତ୍ତୀ ମେକ୍ସିକୋରୁ ସେମତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ମଝି ଅକାଶରେ ହଟ୍ ଏୟାର ବେଲୁନରେ ନିଆଁ ଲାଗି ଯିବା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ମେକ୍ସିକୋ ସିଟି ନିକଟରେ ଥିବା ପ୍ରସିଦ୍ଧ ଟିଓଟିହୁକାନ୍ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଉପରେ ଉଡ଼ିବା ସମୟରେ ଏକ ହଟ୍ ଏୟାର ବେଲୁନରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବା ସମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଞ୍ଚଳିକ ସରକାର ଶନିବାର ଏହି ସୂଚନା ଦେଇଛନ୍ତି। ମେକ୍ସିକୋ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ନିଆଁ ଲାଗିବା ପରେ ବେଲୁନରେ ଥିବା ଯାତ୍ରୀମାନେ ବେଲୁନରୁ ଡେଇଁ ପଡିଥିଲେ। ଏହି ଦୁର୍ଘଟଣାରେ ଜଣେ ପିଲାଟି ଜଳିବାର ଖବର ମଧ୍ୟ ମିଳିଛି ।

ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ନାମ ସରକାର ଦେଇନାହାଁନ୍ତି। ମୃତ ଯାତ୍ରୀମାନେ ୩୯ ବର୍ଷ ବୟସ୍କା ମହିଳା ଏବଂ ୫୦ ବର୍ଷ ବୟସ୍କା ବୋଲି ଜଣାପଡିଛି। ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶିଶୁର ଚେହେରା ନିଆଁରେ ସଂପୂର୍ଣ୍ଣ ଜଳି ଯାଇଛି। ଏହା ସହିତ ତାଙ୍କ ଡାହାଣ ଗୋଡ ମଧ୍ୟ ଭାଙ୍ଗି ଯାଇଥିଲା।

 

ଏହି ହଟ୍ ଏୟାର ବେଲୁନରେ ଅନ୍ୟ ଯାତ୍ରୀ ଅଛନ୍ତି କି ନାହିଁ ତାହା ବିବୃତ୍ତିରେ କୁହାଯାଇ ନାହିଁ। ଏଥି ସହିତ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ହଟ୍ ଏୟାର ବେଲୁନ ସମ୍ପୂର୍ଣ୍ଣ ସ୍ୱଚ୍ଛ ଆକାଶରେ ଉଡ଼ିବା ମାତ୍ରେ ବେଲୁନ୍ର ଗୋଣ୍ଡୋଲା ନିଆଁ ଲାଗିଥିଲା । ଏଥିରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ବେଲୁନରୁ ଡେଇଁ ପଡିଥିଲେ।

Get real time updates directly on you device, subscribe now.