fbpx

(video): କେତେ ପ୍ରେମ କରିବ ହାର୍ଦ୍ଦିକ! ଚାଲିଛି କି ପାଣ୍ଡ୍ୟାଙ୍କ ପାଣ୍ଡେ ପ୍ରେମ, ଅନନ୍ୟା ସହ ତାଙ୍କର ପ୍ରେମର ସତ୍ୟତା!

ଓଡିଶା ଭାସ୍କର: ଅଭିନେତ୍ରୀ ତଥା ହଟ ମଡେଲ ନତାଶା ଷ୍ଟେନକୋଭିକ ଓ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ତଲାକ ହୋଇ ସାରିଛି । ଇତିମଧ୍ୟରେ ତଲାକ ନ ସରୁଣୁ ପୁଣି ଆରମ୍ଭ ହୋଇ ଗଲାଣି ହାର୍ଦ୍ଦିକଙ୍କ ପ୍ରେମ! ତାଙ୍କୁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ଯୋଡା ଯାଉଛି । ଏହି ଯୋଡିଙ୍କୁ ନେଇ ଚର୍ଚ୍ଚା ସେହି ସମୟରେ ଆରମ୍ଭ ହେଲା, ଯେତେବେଳେ ଉଭୟେ ଅନନ୍ତ-ରାଧିକାଙ୍କ ବାହାଘରରେ ଏକାସାଙ୍ଗେ ନୃତ୍ୟ ଓ ମଜା କରୁଥିବାର ଦୃଷ୍ଟିଗୋଚର ହୋଇଥିଲେ । ଗୋଟିଏ ପଟେ ତଲାକ ହୋଇଥିଲା ତ ଆର ପଟେ ହାର୍ଦ୍ଦିକ ଅନନ୍ୟାଙ୍କ ଅନନ୍ୟ ଡ୍ୟାନ୍ସରେ ମସଗୁଲ ଥିଲେ ।

 

View this post on Instagram

 

A post shared by Instant Bollywood (@instantbollywood)

ଅନନ୍ତ- ରାଧିକାଙ୍କ ବାହାଘରରେ ଚୁଲବୁଲି ଅଭିନେତ୍ରୀ ଅନନ୍ୟା ଓ ହଟ ଆଣ୍ଡ ବୋଲ୍ଡ ହାର୍ଦ୍ଦିକଙ୍କ ଅନେକ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ବିବାହ ସମୟରେ ପ୍ରାୟ ସବୁ ସମୟରେ ହାର୍ଦ୍ଦିକ- ଅନନ୍ୟା ପାଖରେ ପାଖରେ ରହୁଥିଲେ । ଲାଗୁଥିଲା ଉଭୟେ ଉଭୟଙ୍କ ବିନା ରହି ପାରିବେ ନାହିଁ । ସିନେମା ଓ କ୍ରିକେଟ ଗଲିରେ ଚର୍ଚ୍ଚା ଜୋର ଧରିଛି ଯେ ହାର୍ଦ୍ଦିକ ଓ ଅନନ୍ୟା ଉଭୟେ ଭଭୟଙ୍କୁ ଡେଟ କରୁଛନ୍ତି । ମାତ୍ର ଏହି ମାମଲାରେ ଏବେ ବି କେହି କିଛି କହି ନାହାନ୍ତି । ଉଭୟ ଅନନ୍ୟା ଓ ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଉଭୟେ ଉଭୟଙ୍କୁ ଫଲୋ ମଧ୍ୟ କରୁଛନ୍ତି । ପୂର୍ବରୁ ହାର୍ଦ୍ଦିକ ଅନନ୍ୟାଙ୍କୁ ଫଲୋ କରି ନ ଥିଲେ । ଏହି ଫଲୋ ଘଟଣା ହିଁ ତାଙ୍କ ପ୍ରେମର ପ୍ରତୀକ ଭାବରେ ଉଭା ହୋଇପାରେ ।

 

View this post on Instagram

 

A post shared by Ananya 🌙 (@ananyapanday)

Get real time updates directly on you device, subscribe now.