fbpx

(video): ରକ୍ଷାବନ୍ଧନରେ ପୁରୁଣା କଥା ମନେ ପକାଇଲେ ସନି ଦେଓଲ, ସେୟାର କଲେ ପୁରୁଣା ଦିନ ଫଟୋ

ଓଡିଶା ଭାସ୍କର: ଅଭିନେତା ସନି ଦେଓଲ ରକ୍ଷାବନ୍ଧନ ଅବସରରେ ହୃଦୟକୁ ଛୁଇଁ ନେବା ଭଳି ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ଭଉଣୀ ହାତରୁ ରାକ୍ଷୀ ବାନ୍ଧେଇ ହେଉଥିବାର ନଜର ଆସୁଛନ୍ତି । ଇନଷ୍ଟାଗ୍ରାମରେ ସନି ଦେଓଲଙ୍କ ପ୍ରାୟ ୩.୮ ମିଲିୟନ ଫଲୋଅର୍ସ ଅଛନ୍ତି । ନିକଟରେ ସନି ଏକ ମନୋକ୍ରୋମ ଫଟୋ ସେୟାର କରିଛନ୍ତି । ଏଥିରେ ସନି ଦେଓଲଙ୍କ ଭଉଣୀ ତାଙ୍କ ହାତରେ ରାକ୍ଷୀ ପିନ୍ଧାଉଥିବାର ଦେଖିବାକୁ ମିଳୁଛନ୍ତି ।

 

View this post on Instagram

 

A post shared by Sunny Deol (@iamsunnydeol)

ଏହି ପୋଷ୍ଟରେ କ୍ୟାପସନ ରହିଛି, ‘ହେପି ରକ୍ଷାବନ୍ଧନ ପ୍ୟାରୀ ବେହନୋ’ । ଏଥିରେ ଅନେକ ନାଲି ରଙ୍ଗର ହୃଦୟକୁ ଦିଆଯାଇଛି । ଏହି ଭାଇରାଲ ଫଟୋରେ ସନି ଦେଓଲଙ୍କ କ୍ୟୁଟନେସ ପ୍ରଶଂସକଙ୍କୁ ଘାଇଲା କରିଛି । କମେଣ୍ଟରେ ତାଙ୍କ ପାଇଁ ପ୍ରେମର ବର୍ଷା କରୁଛନ୍ତି ଫ୍ୟାନ୍ସ ।

କହିରଖୁ, ସନି ଦେଓଲ ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ଓ ପ୍ରକାଶ ଦେଓଲଙ୍କ ସନ୍ତାନ । ପ୍ରକାଶଥାଉ ଯେ, ପ୍ରକାଶ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ଥିଲେ । ଏହି ଦମ୍ପତିଙ୍କ ଦୁଇ ସନ୍ତାନ ହେଉଛନ୍ତି ସନି ଦେଓଲ ଓ ବବି ଦେଓଲ । ସେମାନଙ୍କ ଦୁଇ ଝିଅ ମଧ୍ୟ ଅଛନ୍ତି, ଯାହାଙ୍କ ନାମ ବିଜେତା ଓ ଅଜିତା । ପରେ ଧର୍ମେନ୍ଦ୍ର ଅଭିନେତ୍ରୀ ହେମା ମାଳିନୀଙ୍କୁ ବିବାହ କରିଥିଲେ । ଏମାନଙ୍କ ଦୁଇ ସନ୍ତାନ ହେଉଛନ୍ତି ଇଶା ଦେଓଲ ଓ ଅହାନା ଦେଓଲ ।

Get real time updates directly on you device, subscribe now.