fbpx

ବିଗବସ ବିଜୟିନୀଙ୍କ ବାହାଘର! ଶୀଘ୍ର ହେବେ ହାତକୁ ଦି ହାତ, ସନାଙ୍କ ବୟଫ୍ରେଣ୍ଡ ଖୋଲିଲେ ରାଜ

ଓଡିଶା ଭାସ୍କର: ‘ବିଗ ବସ ଓଟିଟି-୩’ ୱିନର ସନା ମକବୁଲ ଏବେ ଚାରିଆଡେ ଚର୍ଚ୍ଚାରେ ରହିଛନ୍ତି । କେମିତି ବା ଚର୍ଚ୍ଚାରେ ନ ରହିବେ ବିଗବସ ବା ଜିତିଛନ୍ତି । ରିୟାଲିଟି ଶୋ’ ଜିତି ସନା ନିଜ କ୍ୟାରିଅରକୁ ଏକ ଭିନ୍ନ ଦିଗ ଦେଇ ପାରିଛନ୍ତି । ନିଜର ପ୍ରଫେଶନଲ ଲାଇଫ ସହ ପର୍ସନାଲ ଲାିଭକୁ ବି ନେଇ ସନା ଚାରିଆଡେ ଛାଇ ଯାଇଛନ୍ତି । ‘ବିଗ ବସ ଓଟିଟି-୩’ ଜିତିବା ପରେ ତାଙ୍କର ସିକ୍ରେଟ ବୟଫ୍ରେଣ୍ଡଙ୍କ ନାମ ମଧ୍ୟ ଇତି ମଧ୍ୟରେ ସାମ୍ନାକୁ ଆସି ସାରିଛି । ତାହାସହ ଚର୍ଚ୍ଚା ହେଉଛି ବିଗବସ ବିଜୟିନୀ କାଳେ ବାହା ହେବାକୁ ଯାଉଛନ୍ତି ।

ହଟ ସନା ମକବୁଲ ବ୍ୟବସାୟୀ ଶ୍ରୀକାନ୍ତ ବୁରେଡ୍ଡୀଙ୍କୁ ଡେଟ କରୁଛନ୍ତି । ‘ବିଗ ବସ ଓଟିଟି-୩’ ଜିତିବା ପରେ ସନାଙ୍କୁ ଗ୍ରାଣ୍ଡ ୱେଲକମ୍ କରିଥିଲେ ତାଙ୍କ ଭାବି ପତିଦେବ ଶ୍ରୀକାନ୍ତ । ସେ ତାଙ୍କର ବିଜ ଉତ୍ସବ ମନାଇବା ପାଇଁ ପୁଷ୍ପରେ ସୁସଜ୍ଜିତ ଗାଡି ନେଇ ଆସିଥିଲେ । ଏହି ସମୟରେ ସେ ସନା ଓ ତାଙ୍କର ବିବାହକୁ ନେଇ ବଡ ଖୁଲାସା କରିଛନ୍ତି ।
ରିପୋର୍ଟ ଅନୁସାରେ, ଶ୍ରୀକାନ୍ତ ଗଣମାଧ୍ୟମର ଉତ୍ତର ଦେବା ସମୟରେ ସନା ଓ ସେ ନିଶ୍ଚିତ ବାହା ହେବେ ବୋଲି କହିଥିଲେ । ଧୀରେ ଧୀରେ ଏହି ବାହାଘର ଖବର ମଧ୍ୟ ଜଣା ପଡିବ ବୋଲି ସେ ଜଣାଛନ୍ତି । ବାହଘରରେ ସେ ସମସ୍ତଙ୍କୁ ନିମନ୍ତ୍ରଣ ମଧ୍ୟ ଦେବେ ବୋଲି କହିଛନ୍ତି । କହିରଖୁ ‘ବିଗ ବସ ଓଟିଟି-୩’ ଜିତି ସନା ପ୍ରାୟ ୨୫ ଲକ୍ଷ ଟଙ୍କା ନିଜ ନାମରେ କରିଛନ୍ତି । ସେପଟେ ନିଜି ଫାଷ୍ଟ ରନର୍ସ ଅଫ ରହିଥିଲେ ।

Get real time updates directly on you device, subscribe now.