fbpx

EPFO ୬ କୋଟି ଲୋକଙ୍କୁ ସତର୍କବାଣୀ: ଏହି ଭୁଲ କରିବା ଦ୍ୱାରା ଆକାଉଣ୍ଟ ହୋଇଯିବ ଖାଲି

ନୂଆଦିଲ୍ଲୀ: ୧୦ରୁ ଅଧିକ ଲୋକ କାମ କରୁଥିବା ଯେକୌଣସି କମ୍ପାନୀ ବା ଫ୍ୟାକ୍ଟ୍ରିରେ କର୍ମଚାରୀଙ୍କ ପିଏଫ୍ କଟିବା ବାଧ୍ୟତାମୂଳକ । ଏହା ଏକ ପ୍ରକାର ସଞ୍ଚୟ ରାଶି, ଯାହା ତାଙ୍କୁ ବୃଦ୍ଧ କାଳରେ ଏବଂ କୌଣସି ଜରୁରୀ ପରିସ୍ଥିତିରେ ଫେରସ୍ତ ମିଳିଯାଏ । କମ୍ପାନୀ ଏହି ରାଶିକୁ କାଟି ତାଙ୍କ ଭବିଷ୍ୟ ନିଧି ଖାତାରେ ଜମା କରିଦିଅନ୍ତି । ଯାହାକୁ ସେ ପରେ ହାସଲ କରିପାରିବେ । ଏବେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ନିଜର ୬ କୋଟିରୁ ଅଧିକ ଆକାଉଣ୍ଟଧାରୀଙ୍କୁ ଆଲର୍ଟ ଜାରି କରିଛି, ଯାହା ଲୋକଙ୍କର ହୋସ୍ ଉଡାଇଦେଇଛି ।

ଇପିଏଫଓ କହିଛି ଯେ ସାଇବର ଠକ ଏବେ ନୂଆ ନୂଆ ତରିକା ଆପଣାଉଛନ୍ତି ଲୋକଙ୍କୁ ଠକିବା ପାଇଁ । ନିଜକୁ ପିଏଫ କର୍ମଚାରୀ କହି ଆକାଉଣ୍ଟ ହୋଲ୍ଡର୍ସଙ୍କ ଠାରୁ ତାଙ୍କର ବ୍ୟାଙ୍କ ଡିଟେଲ, ପାନ ନମ୍ବର, ଆଧାର ନମ୍ବର ଭଳି ବ୍ୟକ୍ତିଗତ ଡାଟାକୁ ମାଗି ନିଅନ୍ତି । ଏମିତିରେ ଆକାଉଣ୍ଟଧାରୀଙ୍କର ଛୋଟିଆ ଭୁଲ ବି ତାଙ୍କ ପାଇଁ ବଡ ଆର୍ଥିକ କ୍ଷତି ଘଟାଇଦିଏ । ଏଥିପାଇଁ ସତର୍କ ରୁହନ୍ତୁ ଏବଂ କାହାକୁ ବି ନିଜର ପର୍ସନାଲ ଇନଫରମେସନ୍ ସେୟାର କରନ୍ତୁନାହିଁ ।

କର୍ମଚାରୀ ଭବିଷ୍ୟ ନିଥି ସଂଗଠକ ଲୋକଙ୍କୁ ସଚେତନ କରି ଟ୍ୱିଟରରେ ଏକ ମେସେଜ ମଧ୍ୟ ଜାରୀ କରିଛି । ଇପିଏଫଓ ଲେଖିଛି ଯେ ସାଇବର ଠକ ଆପଣଙ୍କ ଖାତାରୁ ଟଙ୍କା ଉଠାଇବା ପାଇଁ ବୋନସ୍, କ୍ୟାସ ବ୍ୟାକ୍, ଗିଫ୍ଟ କିମ୍ବା ଅନ୍ୟ କୌଣସି ଲୋଭ ଦେଖାଇ ଲୋକଙ୍କୁ ନିଜର ଶିକାର ବନାନ୍ତି । ମନେ ରଖନ୍ତୁ ଏହି ଠକ ଥରେ ଯଦି ଆପଣଙ୍କୁ ସେମାନଙ୍କ ଅକ୍ତିଆରକୁ ନେଇଗଲେ ତାହେଲେ ଆପଣଙ୍କ ଖାତାରୁ ପୂରା ଟଙ୍କା ଚଳୁ କରିନେବେ । ସେଥିପାଇଁ ସଂଗଠନ ସ୍ପଷ୍ଟ କରିଛି ଯେ କୌଣସି ବି ଆକାଉଣ୍ଟଧାରୀଙ୍କୁ ଫୋନ କିମ୍ବା ମେସେଜ କରି ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଯେମିତିକି ପାନ କାର୍ଡ, ୟୁଏଏନ, ବ୍ୟାଙ୍କ ଡିଟେଲ, ପାସୱାର୍ଡ ଏବଂ ଓଟିପିକୁ ସେୟାର କରିବାକୁ କହିନଥାଏ ।

ସଙ୍ଗଠନ କହିଛି ଯେ, ଯଦି କେହି ଠକ ନିଜକୁ ଇପିଏଫଓର ଅଧିକାରୀ ବା କର୍ମଚାରୀ କହୁଛି, ତେବେ ଜାଣିରଖନ୍ତୁ କି ସେ ମିଛ କହୁଛି । ସଙ୍ଗଠନ କାହାକୁ ବି କଲ୍ କରେନାହିଁ କି ସୋସିଆଲ ମିଡିଆ ଜରିଆରେ ବ୍ୟକ୍ତିଗତ ସୂଚନା ମାଗିନଥାଏ । ଇପିଏଫଓ ଅନୁସାରେ, କୌଣସି ଅଜଣା ଲିଙ୍କକୁ ଖୋଲିବାରୁ ଦୂରେଇ ରୁହନ୍ତୁ ଓ ନିଜ ଓଟିପି କିଛି ବି ପରିସ୍ଥିତିରେ କାହା ସମୟ ସେୟାର କରନ୍ତୁ ନାହିଁ ।

Get real time updates directly on you device, subscribe now.