fbpx

ଦୀପାବଳି ପୂର୍ବରୁ EPFO ଆକାଉଣ୍ଟଧାରୀମାନଙ୍କୁ ଗିଫ୍ଟ, ମିଳିଲା ସୁଧର ଟଙ୍କା: ଜାଣନ୍ତୁ ଚେକ୍ କରିବାର ସହଜ ଉପାୟ

ନୂଆଦିଲ୍ଲୀ: କର୍ମଚାରୀ ଭେବିଷ୍ୟ ନିଧି ସଂଗଠନ (ଇପିଏଫଓ) ନିଜର କର୍ମଚାରୀମାନଙ୍କୁ ଦୀପାବଳି ଉପହାର ଦେବାକୁ ଯାଇ ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ସୁଧ ହାର ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ଏହି ଆର୍ଥିକ ବର୍ଷରେ ଇପିଏଫଓ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ୮.୧୫ ପ୍ରତିଶତ ସୁଧ ହାର ପ୍ରଦାନ କରୁଛି ।

ତେବେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି (ସିବିଟି) ଏବଂ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଇପିଏଫଓର ସୁଧ ହାର ପ୍ରତିବର୍ଷ ସ୍ଥିର ହୋଇଥାଏ । ଚଳିତ ବର୍ଷ ବିଷୟରେ ଆଲୋଚନା କରି ସରକାର ୨୦୨୩-୨୩ ଆର୍ôଥକ ବର୍ଷ ପାଇଁ ଜୁନ୍ ୨୦୨୩ ରେ ସୁଧ ହାର ଘୋଷଣା କରିଥିଲେ । ଏହା ପରେ ସରକାର ସୁଧ ହାର ଟଙ୍କା ପିଏଫ୍ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଆରମ୍ଭ କରିଛନ୍ତି ।

ଇପିଏଫଓ ସୂଚନା ଦେଇଛି-

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଅନେକ ଉପଭୋକ୍ତା ଇପିଏଫଓକୁ ଦୀର୍ଘ ଦିନ ଧରି ପଚାରିଥିଲେ ଯେ ସୁଧ ଟଙ୍କା କେବେ ସେମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ । ଯେତେବେଳେ ସୁକୁମାର ଦାସ ନାମକ ଜଣେ ଉପଭୋକ୍ତା ଏହି ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ, ଇପିଏଫଓ ଉତ୍ତର ଦେଇଛି ଯେ ଆକାଉଣ୍ଟକୁ ସୁଧ ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଆକାଉଣ୍ଟଧାରୀମାନେ ଚଳିତ ବର୍ଷ ବିନା କୌଣସି କ୍ଷତିରେ ସମ୍ପୂର୍ଣ୍ଣ ସୁଧ ରାଶି ପାଇବେ । ଏହା ସହିତ, ଇପିଏଫଓ କର୍ମଚାରୀମାନଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରିଛି ।

ପିଏଫ୍ ବାଲାନ୍ସ କିପରି ଯାଞ୍ଚ କରିବେ-
ପିଏଫ୍ ରେ କେତେ ଟଙ୍କା ସେ ସମ୍ପର୍କରେ ଯଦି ଆପଣ କେବଳ ଗୋଟିଏ ମିସ୍ କଲ୍ ରେ ଜାଣିବାକୁ ଚାହୁଁଛନ୍ତି ତେବେ ନିଜର ଆକାଉଣ୍ଟରେ ରେଜିଷ୍ଟର୍ କରିଥିବା ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ କୁ ମିସ୍ କଲ୍ କରନ୍ତୁ । ମିସ୍ କଲ୍ କରିବା ପରେ ପିଏଫ୍ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ଆପଣ ଜାଣିପାରିବେ ।

ଏହା ବ୍ୟତୀତ ଆପଣ ମେସେଜ୍ କରି ପିଏଫ୍ ବାଲାନ୍ସ ଜାଣିପାରିବେ । କିନ୍ତୁ ଏହି ଦୁଇ ଉପାୟରେ ପିଏଫ୍ ବାଲାନ୍ସ ଜାଣିବା ପାଇଁ ଆପଣଙ୍କ ୟୁଏଏନ୍ ବା ୟୁନିଭର୍ସଲ ଆକାଉଣ୍ଟ ନମ୍ବର ଆକ୍ଟିଭ୍ ରହିବା ଜରୁରୀ । ତେବେ ଯଦି ଆପଣ ମେସେଜ୍ ଜରିଆରେ ପିଏଫ୍ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ EPFOHO UAN ଏବଂ ଭାଷାର କୋଡ୍ ଟାଇପ୍ କରି ୭୭୩୮୩୯୯୮୯୯ କୁ ପଠାଇବାକୁ ପଡ଼ିବ । ଏହି ସେବାର ଲାଭ ଆପର ହିନ୍ଦୀ, ଇଂରାଜୀ, ପଞ୍ଜାବୀ ସମେତ ୧୦ଟି ଭାଷାରେ ଉଠାଇପାରିବେ । ଉଦାହରଣସ୍ୱରୂପ ଯଦି ଆପଣ ହିନ୍ଦୀରେ ବାଲାନ୍ସ ଜାଣିବାକୁ ଚାହୁଁଥିଲେ EPFOHO UAN HIN ଟାଇପ୍ କରିବାକୁ ହେବ । ଆଉ ୟୁଏଏନ୍ ସ୍ଥାନରେ ଆପଣଙ୍କୁ ୟୁଏଏନ୍ ନମ୍ବର ଲେଖିବାକୁ ହେବ ।

ଆହୁରି ପଢନ୍ତୁ
ଚଳନ୍ତା ବସରେ ଅଗ୍ନିକାଣ୍ଡ ଘଟଣା: ଓଡ଼ିଶାର ଜଣେ…

ଦୀପାବଳିରେ ରଙ୍ଗୋଲି କରିବା ସମୟରେ ଏହି ଦିଗରେ…

ବିଭିନ୍ନ ଭାଷା ପାଇଁ ବିଭିନ୍ନ କୋଡ୍:
୧. ଇଂରାଜୀ ପାଇଁ କୌଣସି କୋଡ୍ ନାହିଁ
୨. ହିନ୍ଦୀ- HIN
୩. ପଞ୍ଜାବୀ – PUN
୪. ଗୁଜରାଟୀ – GUJ
୫. ମରାଠୀ – MAR
୬. କନ୍ନଡ – KAN
୭. ତେଲୁଗୁ – TEL
୮. ତାମିଲ୍ – TAM
୯. ମାଲାୟାଲମ୍ – MAL
୧୦. ବଙ୍ଗାଳୀ – BEN

ଅନଲାଇନ୍ ଓ ଉମଙ୍ଗ: ଆପଣଙ୍କୁ ପ୍ରଦାନ କରାଯାଇଥିବା ୟୁଏଏନ୍ ନମ୍ବର ଏବଂ ଲଗଇନ୍ ପାଶୱାର୍ଡ ଜରିଆରେ ଆପଣ ନିଜର ବାଲାନ୍ସ ଚେକ୍ କରିପାରିବେ ।

Get real time updates directly on you device, subscribe now.