fbpx

ଇପିଏଫଓ ବଦଳାଇଲା ନିୟମ: ଏବେ ଆକାଉଣ୍ଟଧାରୀମାନଙ୍କ ପାଇଁ କୋଭିଡ-୧୯ ଆଡଭାନ୍ସ ସୁବିଧା ବନ୍ଦ

AAKASH

ନୂଆଦିଲ୍ଲୀ: କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଶୁକ୍ରବାର ଦିନ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି । ପିଏଫ୍ ଆକାଉଣ୍ଟରୁ ଆଡାଭାନ୍ସ କାଢ଼ିବା ପାଇଁ ନିୟମରେ ଏହି ପରିବର୍ତ୍ତନ କରିଛି ଇପିଏଫଓ । ଇପିଏଫଓ ଘୋଷଣା କରିଛି ଯେ, ବର୍ତ୍ତମାନ କୋଭିଡ -୧୯ ଆଡଭାନ୍ସ ସୁବିଧା ତୁରନ୍ତ ପ୍ରଭାବ ସହିତ ବନ୍ଦ ହୋଇଯାଉଛି ।

କରୋନା ମହାମାରୀ ସମୟରେ, ଇପିଏଫଓ ଏହାର ଆକାଉଣ୍ଟଧାରୀମାନଙ୍କ ପାଇଁ ଏକ ରିଫଣ୍ଡେବଲ୍ ଆଡଭାନ୍ସ ସୁବିଧା ଆରମ୍ଭ କରିଥିଲା । ପ୍ରଥମ ଲହର ପରେ ଦ୍ୱିତୀୟ ଲହର ସମୟରେ ୩୧ ମଇ ୨୦୨୧ କୁ ଦେଖି ଇପିଏଫଓ ଅନ୍ୟ ଏକ ଆଡଭାନ୍ସ ସୁବିଧା ଅନୁମତି ଦେଇଥିଲା ।

ଇପିଏଫଓ ଜାରି କଲା ବିଜ୍ଞପ୍ତି:-

ଇପିଏଫଓ ୧୨ ଜୁନ୍ ୨୦୨୪ ରେ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ବର୍ତ୍ତମାନ କୋଭିଡ -୧୯ ମହାମାରୀ ନୁହେଁ । ଏଭଳି ପରିସ୍ଥିତିରେ ତୁରନ୍ତ ପ୍ରଭାବ ସହିତ କୋଭିଡ ଆଡଭାନ୍ସ ସୁବିଧା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କାରଣରୁ ଗ୍ରାହକମାନେ ଆଉ ଏହି ସୁବିଧା ପାଇବେ ନାହିଁ । କରୋନା ମହାମାରୀ ସମୟରେ ଲୋକଙ୍କୁ ଆର୍ôଥକ ସହାୟତା ଯୋଗାଇବା ପାଇଁ ଏହି ସୁବିଧା ଆରମ୍ଭ ହୋଇଥିଲା, ଯାହା ବର୍ତ୍ତମାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.