fbpx

ପେନସନଭୋଗୀଙ୍କ ପାଇଁ ଖୁସି ଖବର, EPF ଆଇନରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । ଅବସର ପରେ ଏଣିକି ଏମ୍ପ୍ଲଇଜ ପ୍ରୋଭିଡେଣ୍ଡ ଫଣ୍ଡ ଅର୍ଗାନାଇଜେସନ (EPFO)ର ପେନସନ ସ୍କିମ EPS ପାଇବା ଅନେକାଂଶରେ ସହଜସାଧ୍ୟ ହୋଇଯିବ । କାରଣ, କର୍ମଚାରୀ ଭବିଷ୍ୟନିଧି ସଂଗଠନର ଅନ୍ତର୍ଗତ ଆସୁଥିବା ପେନସନ ୧ ଜାନୁଆରୀ ୨୦୨୫ରୁ ଲାଗୁ ହୋଇଯିବ ।

କେନ୍ଦ୍ର ସରକାରର ସେଣ୍ଟ୍ରାଲାଇଜ ପେନସନ ପେମେଣ୍ଟ ସ୍କିମରୁ EPS ୧୯୯୫କୁ ନେଇ ଏକ ପ୍ରସ୍ତାବ ମିଳିଥିଲା । ଏହି ପ୍ରସ୍ତାବ ଅନୁଯାୟୀ କୌଣସି ବି ବ୍ୟାଙ୍କର କୌଣସି ବ୍ରାଞ୍ଚରୁ ଅବସରପ୍ରାପ୍ତ କର୍ମଚାରୀ ନିଜ ପେନସନ ଉଠାଇ ପାରିବେ । ଏହି ପ୍ରସ୍ତାବକୁ ସରକାର ମଞ୍ଜୁରୀ ପ୍ରଦାନ କରିଦେଇଛନ୍ତି ।

ଏହି ନିୟମ ଆସନ୍ତା ୧ ଜାନୁଆରୀ ୨୦୨୫ରୁ ଲାଗୁ ହେବ । ଏଥିରେ EPFO ର ୭୮ ଲକ୍ଷରୁ ଅଧିକ ପେନସନଭୋଗୀ ଲାଭବାନ ହେବେ । ଶ୍ରମ ମନ୍ତ୍ରୀ ମନସୁଖ ମଣ୍ଡବିୟା କହିଛନ୍ତି କି, ସିପିପିଏସର ମଞ୍ଜୁରୀ EPFOର ଆଧୁନିକିକରଣ ଦିଗରେ ଏକ ଐତିହାସିକ ନିଷ୍ପତ୍ତି ହେବ ।

ସେଣ୍ଟ୍ରାଲାଇଜ ପେନସନ ପେମେଣ୍ଟ ସିଷ୍ଟମ କେନ୍ଦ୍ର ସରକାରଙ୍କ ଏକ ପଦକ୍ଷେପ, ଯେଉଁଥିରେ ଜାତୀୟସ୍ତରରେ ଏକ ସିଷ୍ଟମ ଆରମ୍ଭ କରିବ । ଏହି ସିଷ୍ଟମ ଭାରତର କୌଣସି ବି ବ୍ୟାଙ୍କ ବା ବ୍ରାଞ୍ଚ ମାଧ୍ୟମରେ ପେନସନ ଯୋଗାଇ ଦେବ । ଏହି ନୂଆ ବ୍ୟବସ୍ଥାରେ ପେନସନଭୋଗୀଙ୍କୁ ରିଲୋକେଟ ହେବାକୁ ବ୍ୟାଙ୍କ ସ୍ୱିଚ କରିବା ସମୟରେ ନିଜ ପେନସନ ପେମେଣ୍ଟ ଅର୍ଡର ନମ୍ବର ଟ୍ରାନ୍ସଫର କରିବାକୁ ହେବ ନାହିଁ । ଏଥିରେ ଅବସର ନେଇଥିବା ଲୋକଙ୍କୁ ଅନେକ ସୁବିଧା ହେବ ବୋଲି କେନ୍ଦ୍ର ଆଶାକରୁଛି ।

Get real time updates directly on you device, subscribe now.