ଭାରତ ଆକ୍ରମଣରେ ପରିବାରର ୧୪ ଜଣକୁ ହରାଇ, ପ୍ରତିଶୋଧ ନେବାକୁ ମୋଉକା ଖୋଜୁଛି ଆତଙ୍କୀ ମସୁଦ୍ ଅଜହର
ନିଜ ପରିବାରର ବଂଶ ନିପାତର ପ୍ରତିଶୋଧ ନେବାକୁ ଭାରତକୁ ଧମକ ଦେଲା କୁଖ୍ୟାତ ଆତଙ୍କବାଦୀ ମସୁଦ୍ ଅଜହର।
ନୂଆଦିଲ୍ଲୀ: ଭାରତକୁ ଧମକ ଦେଲା କୁଖ୍ୟାତ ଆତଙ୍କବାଦୀ ମସୁଦ୍ ଅଜହର୍। ଭାରତର ଅପରେସନ୍ ସିନ୍ଦୂର ଏୟାରଷ୍ଟ୍ରାଇକରେ ପରିବାରର ୧୪ ଜଣଙ୍କୁ ହରାଇବା ପରେ ଆହୁରି ଆତଙ୍କୀ ହୋଇ ଉଠିଛି କୁଖ୍ୟାତ ଆତଙ୍କବାଦୀ।
ଖାଲି ଭାରତ ଉପରେ ପ୍ରତିଶୋଧ ନେବାକୁ ମୋଉକା ଖୋଜୁଛି। ପ୍ରତିଶୋଧ ନେବାକୁ ଦେଲା ଧମକ। ଭାରତର ହମଲାରେ ମସୁଦର ପରିବାରର ୧୪ ଜଣଙ୍କ ଜୀବନ ଯାଇଛି।
ନମାଜ-ଏ-ଜନାଜା ପରେ ବିଳିବିଳାଇଲା ମସୁଦ୍। ଅର୍ଥାତ୍ ପରିବାର ଲୋକଙ୍କ ଅନ୍ତିମ ସଂସ୍କାର କରିବା ପରେ ପ୍ରତିଶୋଧ ପରାୟଣ ହୋଇପଡିଛି କୁଖ୍ୟାତ ଆତଙ୍କୀ ମସୁଦ୍। ପାକିସ୍ତାନର ଜୈସ୍-ଏ-ମହମ୍ମଦର ମୁଖିଆ ହେଉଛି ମସୁଦ୍।
ଭାରତର ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ। ୨୦୦୨ ସଂସଦ ଭବନ ହମଲାର ଜଡିତ ଥିଲା ମସୁଦ। ୨୦୧୯ ପୁଲଓ୍ୱାମା ହମଲାରେ ମଧ୍ୟ ଜଡିତ ଥିଲା ମସୁଦ୍। ପଠାନ୍ କୋଟ୍ ଏୟାରବେସ୍ ଆକ୍ରମଣ ଘଟଣାରେ ମଧ୍ୟ ସଂପୃକ୍ତି।
ଅପରାଧିକ କାର୍ଯ୍ୟକଳାପ ପାଇଁ ମସୁଦକୁ ଜାତିସଂଘ ଆନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା। ତେଣୁ ଭାରତ ଏୟାରଷ୍ଟ୍ରାଇକ୍ ବେଳେ ଏକାଥରେ ତାପ ପରିବାରର ୧୪ ଜଣଙ୍କୁ ନିପାତ କରି ପ୍ରତିଶୋଧ ନେଲା। ତେଣୁ ନିଜ ପରିବାର ଲୋକଙ୍କୁ ହରାଇ ଏବେ ରାଗରେ ଗର୍ଜନ କରୁଛି ମସୁଦ୍।