fbpx

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲାଗୁ ହେଲା ଏସ୍‌ମା: ଆଜିଠୁ ୬ ମାସ ଯାଏଁ ଲାଗୁ କଲେ ରାଜ୍ୟ ସରକାର

Advertisement

ଭୁବନେଶ୍ୱର: ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମଚାରୀଙ୍କ ପାଇଁ ଏସ୍‌ମା ଲାଗୁ କରାଯିବା ଖବର ସାମ୍ନାକୁ ଆସିଛି । ଆଜିଠାରୁ ୬ ମାସ ପାଇଁ ଏସେନସିଆଲ୍ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ ଲାଗୁ କରାଇଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମଚାରୀଙ୍କ ଅନ୍ଦୋଳନ ଉପରେ ଏହା ରୋକ ଲଗାଗଲା ।

ସୂଚନା ଅନୁଯାୟୀ, ନର୍ସ, ପାରାମେଡିକ୍ସ, ଟେକ୍ନିସିଆନଙ୍କ ପାଇଁ ଏସ୍‌ମା ଲାଗିଛି । ଏହା ବ୍ୟତୀତ ୩ୟ ଏବଂ ୪ର୍ଥ କର୍ମଚାରୀ ସହ ଚୁକ୍ତିଭିତ୍ତିକ ପାଇଁ ମଧ୍ୟ ଲାଗୁ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଏହି ଆଇନ ଆଜିଠାରୁ ଆଗାମୀ ୬ ମାସ ପାଇଁ ଲାଗୁ କରିଛନ୍ତି ରାଜ୍ୟ ସରକାର। ଫଳରେ ସରକାରୀ ଅନୁଦାନପ୍ରାପ୍ତ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହା ଲାଗୁ ହୋଇଛି। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଜନସାଧାରଣଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସ୍‌ମା ଲାଗୁ କରାଯାଇଛି।

Get real time updates directly on you device, subscribe now.