fbpx

ସେନା ପ୍ରତ୍ୟାହାର ପରେ ବି ଆମେରିକା ଦେଲା ତାଲିବାନଙ୍କୁ କଡ଼ା ଜବାବ୍, ଏୟାର ଷ୍ଟ୍ରାଇକରେ ୫୭୨ ଆତଙ୍କବାଦୀ ନିପାତ୍, ଦେଖନ୍ତୁ ଧମାକା ସମୟର ଭିଡିଓ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଆତଙ୍କରାଜ ମଧ୍ୟରେ ଆମେରିକା ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ରବିବାର ୟୁଏସର ଲଢୁଆ ବିମାନ ବି-୫୨ ବମ୍ବର ଆତଙ୍କବାଦୀଙ୍କ ଉପରେ ବୋମା ବର୍ଷା କରିଛି । ଯାହା ଫଳରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପରେ ବି ଆମେରିକା ତାଲିବାନର ଆତଙ୍କରାଜକୁ ପ୍ରଶ୍ରୟ ଦେବାକୁ ଚାହୁଁନାହିଁ ।

ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୟୁଏସର ଲଢୁଆ ବିମାନ ବି-୫୨ ବମ୍ବର କରିଥିବା ଏୟାର ଷ୍ଟ୍ରାଇକରେ ୫୭୨ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ୩୦୯ଜଣ ଆହତ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଷ୍ଟ୍ରାଇକର ଭିଡିଓ ଜାରି କରିଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ୟୁଏସ ବି-୫୨ ବିମାନରୁ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ବୋମା ବର୍ଷଣ କରୁଛି । ଆମେରିକାର ଲଢୁଆ ବିମାନ ରବିବାର ସନ୍ଧ୍ୟାରୁ ହିଁ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଦେଇଥିଲା । ୟୁଏସ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ, ତାଲିବାନ ଠିକଣାରେ ବୋମା ବର୍ଷଣ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ୧୦୦ରୁ ଅଧିକ ଯାନବାହାନ ଓ ଗୋଳାବାରୁଦକୁ ନଷ୍ଟ କରାଯାଇଛି ।

 

Get real time updates directly on you device, subscribe now.