ଖଟା ହେଲେ ବି ଭାରୀ ଫାଇଦା, କରମଙ୍ଗାରୁ ମିଳେ ଏହିସବୁ ଉପକାର, ବୃଦ୍ଧି ପାଏ ରୋଗ ପ୍ରତିରୋଧକ ଶକ୍ତି
କରମଙ୍ଗା ଖାଇଲେ ସୁସ୍ଥ ରହେ ହୃଦୟ, କମ୍ କରେ ଓଜନ; ଜାଣି ରଖନ୍ତୁ ଏହାର ବିଭିନ୍ନ ଉପକାର
ଓଡ଼ିଶା ଭାସ୍କର: ଶୀତ ଦିନେ ବଜାରରେ କରମଙ୍ଗା ବହୁତ ସହଜରେ ମିଳିଯାଇଥାଏ । ଏହା ପ୍ରାୟ ସମସ୍ତଙ୍କ ବାଡିରେ ମିଳିଥାଏ । ଏହା ଖାଇବାକୁ ବହୁତ ସୁଆଦିଆ ଲାଗେ । ଗାଁ ଗହଳିରେ କରମଙ୍ଗା ଗଛ ଅନେକ ମାତ୍ରାରେ ଦେଖାଯାଏ ।
ଲୋକେ ଏହାକୁ ଏକ ସାଧାରଣ ଫଳ ଭାବି ଖାଉଥିଲେ ମଧ୍ୟ ଏହାର ପ୍ରକୃତ ଗୁଣ ବାବଦରେ ହୁଏତ ଅଜଣା ଥାନ୍ତି । ଏହା ଏକ ସାଇଟ୍ରିକ ଏସିଡ ଯୁକ୍ତ ଫଳ ହୋଇଥିବା ବେଳେ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ–ସି ଥାଏ ।
ଏହା ବ୍ୟତୀତ ଏହି ଫଳ ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ । କରମଙ୍ଗାକୁ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱର ଖଣି କୁହାଯାଏ । ତାହେଲେ ଆସନ୍ତୁ ଜାଣିବା କରମଙ୍ଗା ଖାଇବାର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ।
କରମଙ୍ଗା ଖାଇବାର ଉପକାର: କରମଙ୍ଗା ଏକ କମ୍ କ୍ୟାଲୋରୀ ଫଳ ଯେଉଁଥିରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ । କରମଙ୍ଗାରେ ଫାଇବର, ପ୍ରୋଟିନ୍, ଭିଟାମିନ୍ ବି-୫, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ସୋଡିୟମ୍ ପରି ଉପାଦାନଗୁଡିକ ମିଳିଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ: କରମଙ୍ଗା ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍ ସି ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଧଳା ରକ୍ତ କଣିକାର ଉପଯୁକ୍ତ ଉତ୍ପାଦନକୁ ତିଆରି କରିଥାଏ ।
ତେବେ କରମଙ୍ଗାରେ ଆଣ୍ଟି-ଇନଫ୍ଲାମମେଟୋରୀ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଧିକ ରହିଥାଏ । ସେଥିପାଇଁ କରମଙ୍ଗା ଖାଇବା ଦ୍ୱାରା ଫାଇଦା ମିଳିଥାଏ ।
ହାର୍ଟ ପାଇଁ ଲାଭଦାୟକ: କରମଙ୍ଗାରେ ଭଲ ପରିମାଣର ସୋଡିୟମ୍ ଏବଂ ପୋଟାସିୟମ୍ ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଯାହା ଶରୀରରେ ଇଲେକ୍ଟ୍ରୋଲାଇଟ୍ ଭଳି କାମ କରେ । ଏହା ରକ୍ତସଞ୍ଚାଳନ ଭଲ କରେ ଏବଂ ହାର୍ଟକୁ ସୁସ୍ଥ ରଖେ ।
ଓଜନ କମ୍ କରେ: କରମଙ୍ଗା ଫାଇବରରେ ଭରପୂର । ଏହି ଫଳରେ ବହୁତ କମ୍ କ୍ୟାଲୋରୀ ଥାଏ । ଏହାକୁ ଖାଇବା ଦ୍ୱାରା ତେବେ କରମଙ୍ଗା ଖାଇବା ଦ୍ୱାରା ମେଟାବୋଲିଜିମ୍ ଭଲ ହୁଏ, ଓଜନ କମ ହୁଏ । କୋଷ୍ଠକାଠିନ୍ୟ ଏବଂ ପେଟ ଜନିତ ସମସ୍ୟା ମଧ୍ୟ ଏହା ଦ୍ୱାରା ଭଲ ହୋଇପାରିବ । ତେବେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଏ ।
ଏହା ରକ୍ତକୁ ସଫା କରିବାରେ ଏବଂ ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ । କରମଙ୍ଗାରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥିବାରୁ, ଏହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ସେଥିପାଇଁ ଯଦି ଆପଣ ଫିଟ ରହିବାକୁ ଚାହୁଁଛନ୍ତି, ତାହେଲେ ନିଜ ଡାଏଟ କରମଙ୍ଗାକୁ ସାମିଲ କରିପାରିବେ ।