ଆପଣଙ୍କ ଝିଅକୁ ଦେଉଛି ୧୫ ଲକ୍ଷ ଟଙ୍କା: ପାଠପଢା ସହ ବିବାହରେ ଖର୍ଚ୍ଚ କରିପାରିବେ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଦେଶର ମହିଳାମାନଙ୍କ ପାଇଁ ଏକ ବିଶେଷ ସୁବିଧା ଉପଲବ୍ଧ କରାଇଛନ୍ତି । ଏହି ସ୍କିମ ଅନୁଯାୟୀ ଝିଅମାନଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ଏଭଳି ଏକ ସୁବିଧାକୁ ଆପଣ ଝିଅର ପାଠପଢା କିମ୍ବା ବିବାହ କାର୍ଯ୍ୟରେ ମଧ୍ୟ ବିନିଯୋଗ କରିପାରିବେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଏହି ସ୍ପେଶାଲ ସ୍କିମ ଜରିଆରେ ଏହି ସୁବିଧା ମିଳିପାରିବ ।

ଏ ନେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ଏସବିଆଇ କହିଛି ଯେ, ବ୍ୟାଙ୍କ ସୁକନ୍ୟ ସମୃଦ୍ଧି ଯୋଜନା ଅଧୀନରେ ଝିଅମାନଙ୍କୁ ମୋଟ ୧୫ ଲକ୍ଷ ଟଙ୍କା ପ୍ରଦାନ କରୁଛି । ତେବେ ଏହି ଟଙ୍କା ଜଣେ ବ୍ୟକ୍ତି କେକୌଣସି ଉପାୟରେ ଖର୍ଚ୍ଚ କରିପାରିବେ । ଝିଅର ପାଠପଢା ହେଉ କିମ୍ବା ବିବାହ ଇତ୍ୟାଦି କାର୍ଯ୍ୟରେ ଏହି ଟଭ୍କାକୁ ଉଠାଇ ଖର୍ଚ୍ଚ କରିପାରିବେ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି । ଟ୍ୱିଟରରେ ଏକ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ମାତ୍ର ୨୫୦ ଟଙ୍କା ଜମା କରିବାକୁ ପଡିବ । ଯାହାର ରିଟର୍ଣ୍ଣରେ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର ସୁବିଦା ପାଇପାରିବେ ।

ଏହି ସରକରୀ ଯୋଜନା ଗ୍ରାହକଙ୍କୁ ସୁନିଶ୍ଚିତ ରୋଜଗାରର ବାଟ ଦେଖାଇଥାଏ । ଏହାସହିତ ଟାକ୍ସ ମଧ୍ୟ ଛାଡ ହୋଇ ପାରିବ । ତେବେ ବ୍ୟାଙ୍କର ଏହି ଯୋଜନା କେବଳ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ । ଝିଅମାନଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଏହି ଯୋଜନା ପ୍ରଣୟନ କରାଯାଇଛି । ଏହାବ୍ୟତୀତ ସରକାର ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ଯୋଜନାରେ ୮ପ୍ରତିଶତ ହାରରେ ସୁଧ ମଧ୍ୟ ଦେଉଛନ୍ତି । ସେହିପରି ଜଣେ ଅଭିଭାବକ ନିଜ ୨ ଝିଅଙ୍କ ପାଇଁ ଏହି ସୁବିଧା ପାଇପାରିବେ ।