fbpx

ପୂର୍ବତନ ମନ୍ତ୍ରୀ ତଥା ବିଧାୟିକାଙ୍କର ପରଲୋକ: ରାଜଧାନୀର ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦଳଗୁଡ଼ିକ ନିଜ ନିଜ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ସହିତ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି ।

ତେବେ ଏହା ମଧ୍ୟରେ ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କର ପରଲୋକ ଘଟିଛି । ଏନେଇ ରାଜନୈତିକ ମହଲରେ ଶୋକର ଲହରୀ ଖେଳଯାଇଛି । ସୂଚନା ମୁତାବକ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟିକା ସରସ୍ୱତୀ ପ୍ରଧାନ ଆଉ ନାହାନ୍ତି । ୯୮ ବର୍ଷ ବୟସରେ ସରସ୍ୱତୀଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ସରସ୍ୱତୀ ବରଗଡ଼ ଜିଲ୍ଲାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ । ୧୯୬୨ ମସିହାରେ ପ୍ରଥମ ଥର ପାଇଁ ସେ ମନ୍ତ୍ରୀ ହୋଇଥିଲେ । ୧୯୬୭ ମସିହାରେ ସେ ରାଜ୍ୟସଭା ସାଂସଦ ହୋଇଥିଲେ । ସେ କଂଗ୍ରେସ ଦଳରୁ ପ୍ରାର୍ଥୀନୀ ହୋଇଥିଲେ । ତାଙ୍କର ବିୟୋଗରେ ରାଜ୍ୟ ରାଜନୀତି ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୩୧ ତାରିଖରେ ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କର ମଧ୍ୟ ପରଲୋକ ଘଟିଥିଲା । ରବି ୧୯୭୭ ମସିହାରେ ଧର୍ମଶାଳା ଆସନରୁ ଜନତା ଦଳର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.