fbpx
BJD
BJD SKY
BJD SKY

ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା, ୫ ହଜାର ସଫେଇ କର୍ମଚାରୀଙ୍କ ଚାକିରୀ ହେଲା ସ୍ଥାୟୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ନଗର ନିଗମ ସଫେଇ କର୍ମଚାରୀଙ୍କ ଲାଗି ଏକ ଖୁସି ଖବର ଶୁଣାଇଛନ୍ତି । ସେ ନଗର ନିଗମର ପ୍ରାୟ ୫ ହଜାର କର୍ମଚାରୀଙ୍କ ଚାକିରୀ ସ୍ଥାୟୀ କରିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏ ପର୍ଯ୍ୟନ୍ତ ତାଙ୍କ ସରକାର ୬ହଜାରରୁ ଅଧିକ ସଫେଇ କର୍ମଚାରୀଙ୍କ ଚାକିରିକୁ ସ୍ଥାୟୀ କରିଛନ୍ତି । ଏହି ଘୋଷଣା ସହିତ ସେ ବିଜେପିର ବିଭିନ୍ନ ନୀତିକୁ ସମାଲୋଚନା ମଧ୍ୟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କାଲି ନଗର ନିଗମର ଏକ ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ ଏକ ପ୍ରସ୍ତାବ ଉପସ୍ଥାପିତ କରାଯାଇ ଏହାକୁ ମଞ୍ଜୁରୀ ଦିଆଯାଇଥିଲା କି ନଗର ନିଗମର ପ୍ରାୟ ୫ ହଜାର କର୍ମଚାରୀଙ୍କୁ ସ୍ଥାୟୀ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଜାନୁୟାରୀରୁ ଏ ପର୍ଯ୍ୟନ୍ତ ୬,୪୯୪ ଜଣ କର୍ମଚାରୀଙ୍କୁ ସ୍ଥାୟୀ କରାସରିଲାଣି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୧୫ ବର୍ଷ ପର୍ଯ୍ୟନ୍ତ ନଗର ନିଗମରେ ବିଜେପି ସରକାର ଥିଲା ଯାହାକି ସଫେଇ କର୍ମଚାରୀଙ୍କୁ କେବଳ ଶୋଷଣ କରି ଆସିଥିଲା । ପୂର୍ବରୁ ନଗର ନିଗମରେ ବହୁତ ଭ୍ରଷ୍ଟାଚାର ହେଉଥିଲା । କର୍ମଚାରୀଙ୍କୁ ୩/୪ମାସ ଧରିି ଦରମା ମିଳୁ ନ ଥିଲା । ହକ୍ ପାଇଁ କର୍ମଚାରୀଙ୍କୁ ଆନ୍ଦୋଳନ କରିବାକୁ ପଡୁଥିଲା । କିନ୍ତୁ ଗତ ୧୦ ମାସ ମଧ୍ୟରେ ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି । ଏବେ ସେମାନଙ୍କୁ ଠିକ୍ ସମୟରେ ଦରମା ମିଳୁଛି । ସଫେଇ କର୍ମଚାରୀମାନେ ବହୁଦିନରୁ ଦାବୀ କରି ଆସୁଥିଲେ କି ସେମାନଙ୍କୁ ସ୍ଥାୟୀ କରାଯାଉ ବୋଲି ଯାହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଧୀରେ ଧୀରେ ଆମେ ଅସ୍ଥାୟୀ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଠାଇ ଦେବୁ । କାରଣ ଏହି ଅସ୍ଥାୟୀ ବ୍ୟବସ୍ଥାରେ ହିଁ କର୍ମଚାରୀଙ୍କର ଅଧିକ ଶୋଷଣ ହୋଇଥାଏ ।

Get real time updates directly on you device, subscribe now.