fbpx

ସାମ୍ବାଦିକାଙ୍କୁ କୁକୁର ଛାଡ଼ିବା ମାମଲା: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଆଗୁଆ ଜାମିନ୍ ମିଳିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ମାମଲାରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ମିଳିଛି ଆଶ୍ୱସ୍ତି । ଏହି ମାମଲାରେ ରଘୁନନ୍ଦନଙ୍କୁ ଆଗୁଆ ଜାମିନ୍ ମିଳିଛି । ହାଇକୋର୍ଟ ପୂର୍ବତନ ମନ୍ତ୍ରୀଙ୍କ ଆଗୁଆ ଜାମିନ୍ ମଞ୍ଜୁର କରିଛନ୍ତି । ଜଣେ ମହିଳା ସାମ୍ବାଦିକଙ୍କ ଉପରେ ରଘୁନନ୍ଦନ କୁକୁର ଛାଡ଼ିଥିବା ନେଇ ଥାନାରେ ମାମଲା ଦାୟର ହୋଇଥିଲା । ଗିରଫଦାରୀରୁ ବର୍ତ୍ତିବା ପାଇଁ ରଘୁନନ୍ଦନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟର୍ସରେ ହୋଇଥିବା ନିର୍ମାଣ ଓ ଭଙ୍ଗା ସମ୍ପର୍କିତ ରିପୋର୍ଟିଂ କରିବା ପାଇଁ ସାମ୍ବାଦିକା ଜଣଙ୍କ ଯାଇଥିଲେ । ମାତ୍ର ରିପୋର୍ଟିଂ କରିବା ସମୟରେ ସାମ୍ବାଦିକାଙ୍କ ଉପରକୁ ରଘୁନନ୍ଦନ କୁକୁର ଛାଡ଼ିଦେଇଥିବା ନେଇ ଅଭିଯୋଗ ହେବା ସହ ଥାନାରେ ମାମଲା ଦାୟର ହୋଇଥିଲା । ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା । ତେଣୁ ସେ ଗିରଫ ହେବାର ସମ୍ଭାବନା ରହିଥିବାରୁ ରଘୁନନ୍ଦନ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ।

Get real time updates directly on you device, subscribe now.