fbpx
BJD SKY
BJD SKY

ଗିରଫ ହେଲେ ପୂର୍ବତନ ବିଧାୟକ ଦିଲବାଗ ସିଂହ: ED ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ

BJD

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଏବେଠାରୁ ସାରା ଦେଶରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଏଥର ହ୍ୟାଟ୍ରିକ ଲକ୍ଷ୍ୟରେ ରହିଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ବିଜୟ ରଥକୁ ରୋକିବା ପାଇଁ ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ପକ୍ଷରୁ ପ୍ରାଣପଣେ ଉଦ୍ୟମ କରାଯାଉଛି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବେଆଇନ ଅର୍ଥ ଠୁଳ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜଣେ ପୂର୍ବତନ ବିଧାୟକଙ୍କୁ ଗିରଫ କରାଯାଇଛି । ହରିୟାଣାର ଯମୁନା ନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଆଇଏନଏଲଡି)ର ପୂର୍ବତନ ବିଧାୟକ ଦିଲବାଗ ସିଂହଙ୍କୁ ଇଡି ଗିରଫ କରିଛି । ଏହା ପୂର୍ବରୁ ଗତ ୪ ତାରିଖରେ ଶ୍ରୀ ସିଂହଙ୍କ ବାସଭବନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା ।

ବେଆଇନ ଖନନ ମାମଲାରେ ହରିୟାଣାର କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାୱାର, ପୂର୍ବତନ ବିଧାୟକ ଦିଲବାଗ ଓ ଅନ୍ୟ ସହଯୋଗୀଙ୍କ ୨୦ରୁ ଅଧିକ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଉକ୍ତ ରେଡ୍ ବେଳେ ୫ କୋଟି କ୍ୟାଶ, ୫ କେଜି ସୁନା ବିସ୍କୁଟ, ୧୦୦ ମଦ ବୋତଲ ଓ ୩୦୦ ଗୁଳି ଜବତ କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଥିଲା । ଏଥିସହିତ ପୂର୍ବତନ ବିଧାୟକ ଓ ତାଙ୍କର ସହଯୋଗୀଙ୍କ କିଛି ସ୍ଥାନରୁ ଅବୈଧ ହତିଆର ମଧ୍ୟ ଜବତ କରାଯାଇଥିଲା । ଇଡିର ଧନ ଶୋଧନ ନିବାରଣ ଅଧିନିୟମ (ପିଏମଏଲଏ)ର ପ୍ରାବଧାନ ଅନୁସାରେ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

Get real time updates directly on you device, subscribe now.