fbpx

ଆୟକର ବିଭାଗରେ ବାହାରିଲା ନିଯୁକ୍ତି ସୁଯୋଗ: ୨୯୧ ପଦବୀରେ ହେବ ଭର୍ତ୍ତି, ଆଜି ହିଁ କରନ୍ତୁ ଆବେଦନ

ଓଡ଼ିଶା ଭାସ୍କର: ସରକାରୀ ଚାକିରି ଆଶାୟୀମାନଙ୍କ ପାଇଁ ଆସିଯାଇଛି ଖୁସି ଖବର । ଆୟକର ବିଭାଗରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଏ ନେଇ ଆୟକର ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ମୁମ୍ବାଇ ରିଜନରେ ଏହି ନିଯୁକ୍ତି ନେଇ ବିଭାଗ ଏକ ନୋଟିସ ଜାରି କରିଛି । ତେବେ ଏହି ନିଯୁକ୍ତି ସୁଯୋଗ ସମୁଦାୟ ୨୯୧ ପଦ ପାଇଁ ବାହାରିଥିବା ବେଳେ ବିଭିନ୍ନ ବିଭାଗ ପାଇଁ ଏଥିରେ ଭର୍ତ୍ତି ସୁଯୋଗ ରହିଛି । ତେବେ ଏଥିରେ ଖେଳ କୋଟା ସହାୟତାରେ ଇନ୍ସପେକ୍ଟର, ଷ୍ଟେନୋଗ୍ରାଫର, ଟ୍ୟାକ୍ସ ଆସିଷ୍ଟାଣ୍ଟ ସମେତ ଅନ୍ୟନ୍ୟ ପଦବୀରେ ମଧ୍ୟ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଆଶ।।ୟୀ ପ୍ରାର୍ଥୀମାନେ incometaxmumbai.gov.in ୱେବସାଇଟରେ ଯାଇ ଏଥିପାଇଁ ଏହି ପଦ ପାଇଁ ଆବେଦନ କରିପାରିବେ । ଏହା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଜାନୁଆରୀ ୧୯ ତାରିଖ ଏହାର ଆବେଦନର ଶେଷ ତାରିଖ ରହିଛି ।

ଏହି ପଦଗୁଡ଼ିକରେ ରହିଛି ନିଯୁକ୍ତି ସୁଯୋଗ-
ଟ୍ୟାକ୍ସ ଆସିଷ୍ଟାଣ୍ଟ(TA)- ୧୧୯ଟି ପଦ
ମଲ୍ଟି ଟାସ୍କିଙ୍ଗ(MTS)- ୧୩୭ଟି ପଦ
ଷ୍ଟେନୋଗ୍ରାଫର ଗ୍ରେଡ଼II(Steno)- ୧୮ଟି ପଦ
ଇନ୍ସପେକ୍ଟର ଅଫ ଇନକମ ଟ୍ୟାକ୍ସ(ITI)- ୧୪ଟି ପଦ
କ୍ୟାଣ୍ଟିନ ଆଟେଣ୍ଡାଣ୍ଟ(CA)- ୩ଟି ପଦ

ଏହି ପଦବୀରେ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ପଦ ପାଇଁ ଭିନ୍ନ ଭିନ୍ନ ଧାର୍ଯ୍ୟ କରାଯାଇଛି । ତେବେ ଏହାର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା +୨ ଥିବା ବେଳ ସର୍ବାଧିକ ସ୍ନାତକ ରହିଛି । ଏହା ସହିତ ଖେଳ କୋଟା ଅନୁଯାୟୀ ଏକ ନିର୍ଦ୍ଧାରିତ ଯୋଗ୍ୟତା ହାସଲ କରିଥିବା ମଧ୍ୟ ଆବଶ୍ୟକ ।

ଏହା ସହିତ ଆଶାୟୀ ପ୍ରାର୍ଥୀଙ୍କ ବୟସ ଅତି କମରେ ୧୮ ବର୍ଷ ହୋଇଥିବା ଆବଶ୍ୟକ । ତେବେ ପଦ ଅନୁସାରେ ବିଭିନ୍ନ ପଦ ପାଇଁ ବୟସସୀମା ଭିନ୍ନ ଭିନ୍ନ ଧାର୍ଯ୍ୟ କରାଯାଇଛି । ତେବେ ଏହି ବୟସସୀମା ୨୫ ବା ୨୭ ବା ୩୦ ରହିଛି । ଅନ୍ୟପକ୍ଷରେ ଆବେଦନ କରିଥିବା ଆରକ୍ଷିତ ବର୍ଗର ଆଶାୟୀମାନଙ୍କ ପାଇଁ ବୟସସୀମା କିଛି କୋହଳ କରାଯାଇଛି ।

ତେବେ ଭିନ୍ନ ଭିନ୍ନ ପଦ ପାଇଁ ବେତନ ୧୮ ହଜାରରୁ ଆରମ୍ଭ କରି ୧ ଲକ୍ଷ ୪୨ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଏହାସହିତ ଅନଲାଇନ ଆବେଦନ ପାଇଁ ୨୦୦ ଟଙ୍କା ଶୁଳ୍କ ରହିଛି । ତେବେ ଅଧିକ ସୂଚନା ପାଇଁ ଏହାର ଅଫିସିଆଲ ୱେସାଇଟରେ ଯାଇ ଆପଣ ଯାଞ୍ଚ କରିପାରିବେ ।

Get real time updates directly on you device, subscribe now.