fbpx
BJD SKY
BJD SKY

ସମୁଦ୍ର ଭିତରକୁ ଯିବାକୁ ଲାଗୁଛି କି ଡର, ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ୱୀପରେ ଯାହା କଲେ ଦେଖିବା ପରେ ତୁଟିଯିବ ସବୁ ଭୟ

BJD

ନୂଆଦିଲ୍ଲୀ: ଯଦି ଆପଣ ଲାକ୍ଷାଦ୍ୱୀପ ବୁଲିଯିବାକୁ ମନ ରଖିଛନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ବେଶ୍ କାମରେ ଆସିବ । ଏଠାରେ ପାଣି ଭିତରେ ଜୀବନକୁ ଦେଖିବାର ଅଲଗା ମଜା ରହିଛି । କିନ୍ତୁ ପ୍ରାୟ ସମୟରେ ଲୋକମାନେ ପାଣି ଭିତରକୁ ଯିବାକୁ ଭୟ କରିଥାନ୍ତି । ଏଥିପାଇଁ ସ୍ନରକେଲିଂ ସବୁଠାରୁ ବଢିଆ ଉପାୟ । ନିଜର ଲାକ୍ଷାଦ୍ୱୀପ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସ୍ନରକେଲିଂ କରିଥିବାର ଦେଖିବାକୁ ମିଳିଛି । ଏହା ସ୍କୁବା ଡାଇଭିଂ ଠାରୁ ବହୁ ଦୃଷ୍ଟିରୁ ଅଲଗା । ଏହା ବ୍ୟତିତ ଏହା ବହୁତ ଶସ୍ତା ବି ଅଟେ ।

ଏହାରି ମଧ୍ୟରେ ଯାହା ସବୁଠାରୁ ଅଧିକ ଭାଇରାଲ ହେଉଛି ତାହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ପାଣିକୁ ଓହ୍ଲାଇବା । ଲାଇଫ୍ ଜ୍ୟାକେଟ୍‌ରେ ମୋଦୀଙ୍କୁ ଏକ ଖାସ୍ ଅନ୍ଦାଜରେ ଦେଖିବାକୁ ମିଳିଛି । ସେ ସ୍କୁବା ଡାଇଭିଂ କରୁ ନ ଥିଲେ ବରଂ ସେ ସ୍ନରକେଲିଂ ପାଇଁ ପ୍ରସ୍ତୁତ ହେଉଥିଲେ । ୩୨ ଦ୍ୱୀପକୁ ନେଇ ଗଠିତ ଲାକ୍ଷାଦ୍ୱୀପ ଏବେ ଚର୍ଚ୍ଚାରେ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ ଏଠାକୁ ଯାତ୍ରା କରିଥିଲେ । ଏହାପରଠାରୁ ଲାକ୍ଷାଦ୍ୱୀପ ଚର୍ଚ୍ଚାରେ ରହିଛି । ପ୍ରଧାନମନ୍ତ୍ରୀ ନିଜ ଯାତ୍ରା ସମୟର କିଛି ଫଟୋ ଟ୍ୱିଟରରେ ସେୟାର କରିଥିଲେ ।

ପାଣି ଭିତରେ ସ୍ନରକେଲିଂ ଏକ ଲୋକପ୍ରିୟ ଆକ୍ଟିଭିଟି । କେରଳ, ଆଣ୍ଡାମାନ-ନିକୋବର ଦ୍ୱୀପ ସମୁହ ସହିତ ଲାକ୍ଷାଦ୍ୱୀପ ଭାରତରେ ଲୋକପ୍ରିୟ ସ୍ନରକେଲିଂ ସ୍ଥଳ । ଏଥିପାଇଁ ଏକ ସ୍ନରକେଲ୍ ଟ୍ୟୁବ ରହିଥାଏ ଯାହା ପାଣିରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସାହାଯ୍ୟ କରିଥାଏ । ଏହା ସହିତ ଏକ ଡାଇଭ୍ ମାସ୍କ ଓ ୱେଟସୁଟର ଆବଶ୍ୟକତା ରହିଥାଏ । ଯେଉଁମାନେ ପହଁରି ଜାଣନ୍ତି ନାହିଁ ସେମାନଙ୍କୁ ଲାଇଫ୍ ଜ୍ୟାକେଟ୍ ପିନ୍ଧିବାକୁ ଦିଆଯାଏ । ଲାକ୍ଷାଦ୍ୱୀପରେ ୩୦ ମିନିଟ୍ ପର୍ଯ୍ୟନ୍ତ ସ୍ନରକେଲିଂ ଲାଗି ପ୍ରତି ବ୍ୟକ୍ତିଙ୍କୁ ମାତ୍ର ୧୦୦୦ଟଙ୍କା ଦେବାକୁ ପଡିଥାଏ ।

Get real time updates directly on you device, subscribe now.