fbpx

କଂଗ୍ରେସରେ ଯୋଗଦେବେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଏବେଠାରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଲାଣି । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ସଂଗଠନକୁ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିବା ସହିତ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ଏଭଳି ସ୍ଥିତିରେ ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ଟାଣୁଆ ନେତା ତଥା ପୂର୍ବତନ ସାଂସଦ ନୂଆ ପାର୍ଟିରେ ସାମିଲ ହେବାକୁ ଯାଉଛନ୍ତି । ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଆସନ୍ତା ମାସ ୨ ତାରିଖରେ କଂଗ୍ରେସରେ ଯୋଗ ଦେବେ । ଏ ବାବଦରେ ଶ୍ରୀ ପାଙ୍ଗି ସୂଚନା ଦେଇଛନ୍ତି । ଏହି ଅବସରରେ କଂଗ୍ରେସ ତରଫରୁ ୧ ତାରିଖରେ ପୁରୀ ଶ୍ରୀକ୍ଷେତ୍ର ଠାରୁ ତୁଳସୀ ଯାତ୍ରା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଶ୍ରୀ ପାଙ୍ଗି କୋରାପୁଟ ଜିଲ୍ଲା ପଟାଙ୍ଗି ନିର୍ବାଚନ ମଣ୍ଡଳୀ ତଥା ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ବେଶ୍ ପରିଚିତ । ପାଙ୍ଗିଙ୍କ ଯୋଗଦାନ ଅବସରରେ ଡିସେମ୍ବର ୨ ତାରିଖରେ ରାଜ୍ୟ କଂଗ୍ରେସ ଭବନରେ ଦଳର ସମସ୍ତ ବିଧାୟକ, ଦଳୀୟ ପଦାଧିକାରୀ ଓ ରାଜ୍ୟ ପ୍ରଭାରୀ ଚେଲା କୁମାର ପ୍ରମୁଖ ଉପସ୍ଥିତ ରହିବେ । ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ବ୍ୟକ୍ତିବିଶେଷ ମଧ୍ୟ କଂଗ୍ରେସରେ ସାମିଲ ହେବେ ବୋଲି ଶ୍ରୀ ପାଙ୍ଗି କହିଛନ୍ତି ।

Get real time updates directly on you device, subscribe now.