ଭାରତରେ କୁଲଫି ବିକୁଛନ୍ତି ପାକ୍ ପୂର୍ବତନ ସାଂସଦ, ପାକିସ୍ତାନରେ ହେଉଥିଲେ କଲବଲ
ହିନ୍ଦୁ ବୋଲି ଧର୍ମ ବଦଳାଇବାକୁ ପକାଉଥିଲେ ଚାପ । ସମ୍ପର୍କୀୟ ମହିଳାଙ୍କୁ ଉଠେଇନେଲେ ପାକିସ୍ତାନୀ ।
ହରିୟାଣା: ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ପ୍ରତିଶୋଧ ପାଇଁ ପ୍ରସ୍ତୁତ ହେଉଛି । ଏ ଭିତରେ ଭାରତରେ ଥିବା ପାକିସ୍ତାନୀ ତୁରନ୍ତ ଦେଶ ଛାଡ଼ିବା ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଏ ଖବର ଭିତରେ ହରିୟାଣାରେ ଆଇସକ୍ରିମ୍ ବିକୁଥିବା ଦବାୟା ରାମଙ୍କ ଖବର ଚାରିଆଡେ ଚର୍ଚ୍ଚା ହୋବରେ ଲାଗିଛି । ଦବାୟା ରାମ ପାକିସ୍ତାନର ପୂର୍ବତନ ସାଂସଦ ।
ଭାରତ ଛାଡିବା ନେଇ ରାମଙ୍କୁ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ତାଙ୍କ ଘରେ ୩୪ ଜଣ ସଦସ୍ୟ । ସେମାନଙ୍କ ଭିତରୁ୬ ଜଣ ଭାତୀୟ ହୋଇଥିବାବେଳେ ୨୮ ଜଣ ଭିସାରେ ରହୁଥିଲେ ।
ପାକିସ୍ତାନ ଭାରତ ବିଭାଜନର ୨ ବର୍ଷ ପୂର୍ବରୁ ରାମଙ୍କ ଜନ୍ମ । ବିଭାଜନ ପରେ ତାଙ୍କୁ ଧର୍ମ ପରିବର୍ତ୍ତନ କରାଇବା ପାଇଁ ବାଧ୍ୟ କରୁଥିଲେ । ୧୯୮୮ରେ ରାମ ପାକିସ୍ତାନର ଲୋହିଆ ଏବଂ ବଖର ଜିଲ୍ଲାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ରାମଙ୍କ ପରିବାରର ଜଣେ ମହିଳାଙ୍କୁ ଜବରଦସ୍ତ ଉଠାଇ ନେଇ ମୁସଲମାନ ସହିତ ତାଙ୍କ ବିବାହ କରି ଧର୍ମ ପରିବର୍ତ୍ତନ କରିଦିଆଯାଇଥିଲା । ଏ ନେଇ ରାମ କୋର୍ଟରେ ମାମାଲା ରୁଜୁ କରିଥିଲେ ମଧ୍ୟ ତାକୁ ଡିସମିସ୍ କରିଦିଆଯାଇଥିଲା ।
ରାମ ନିଜ ସମ୍ପର୍କୀୟଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ଭାରତ ଆସିଥିଲେ, ଏହାପରେ ପାକିସ୍ତାନ ଛାଡ଼ି ରାମ ପରିବାର ସହିତ ହରିୟାଣାର ଫତେହବାଦରେ ରହିବାକୁ ଚିନ୍ତା କରିଥିଲେ ।
ଏବେ ଯେତେବେଳେ ତାଙ୍କୁ ଭାରତ ଛାଡ଼ିବାକୁ କୁହାଯାଇଛି, ସେ କିନ୍ତୁ ଭାରତ ଛାଡ଼ିବାକୁ ରାଜି ହୋଇ ନାହାନ୍ତି । କାରଣ ସ୍ଥାନୀୟ ରାଜନେତାଙ୍କ ସହାୟତା କ୍ରମେ ରାମଙ୍କୁ ଭାରତର ନାଗରିକତ୍ୱ ମିିଳିଛି ; ଯେଉଁ କାରଣରୁ ସେମାନଙ୍କୁ ଏବେ ଭାରତ ଛାଡ଼ି ପାକିସ୍ତାନ ଯିବାକୁ ପଡ଼ିବ ନାହିଁ ।