fbpx

ଆଜିଠାରୁ ଆରମ୍ଭ ହେଲା ୨,୦୦୦ ନୋଟର ବଦଳି, ବ୍ୟାଙ୍କ ବାହାରେ ଲାଗିପାରେ ଭିଡ଼

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨,୦୦୦ ଟଙ୍କା ବନ୍ଦକୁ ଯେବେଠାରୁ ଘୋଷଣା କରିଲେଣି ସେବେଠାରୁ ଲୋକମାନେ ଏହାକୁ କିପରି ବଦଳାଇବେ ତାହା ଚିନ୍ତା କରୁଛନ୍ତି । ତେବେ ଆଜି ହେଉଛି ନୋଟ ବଦଳାଇବାର ଆରମ୍ଭ ତାରିଖ । ତେଣୁ ବ୍ୟାଙ୍କ ବାହାରେ ଲୋକମାନଙ୍କ ଲାଇନ ଲାଗିବାର ସମ୍ଭାବନା ରହିଛି ।

ଆରବିଆଇ ସୂଚନା ଦେଇଛନ୍ତି ଯେ, ୨ ହଜାର ଟଙ୍କା ସେପ୍ଟେମ୍ବର ୩୦ ତାରିଖ ପରେ ଅଚଳ ହୋଇଯିବ । ଯେଉଁ ଗ୍ରାହକଙ୍କ ପାଖେ ୨୦୦୦ ଟଙ୍କା ରହିଛି, ସେହି ମାନଙ୍କୁ ବଦଲାଇବା ପାଇଁ ସମୟ ଦିଆଯିବ । ତେବେ ଆଜିଠାରୁ ସରକାରୀ ଏବଂ ଘରୋଇ ବ୍ୟାଙ୍କରେ ନୋଟ ବଦଳି ହୋଇପାରିବ । ଆଜି ଆରମ୍ଭ ଦିନ ହେଉଥିବାରୁ ବ୍ୟାଙ୍କ ବାହାରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗିବାର ସମ୍ବାବନା ରହିଛି ।

ଆରବିଆଇ ଘୋଷଣା ପରେ ଅନେକ ଗ୍ରାହକ ପେଟ୍ରୋଲ ପମ୍ପରେ ୨,୦୦୦ ନୋଟ୍ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି। ଏହି କାରଣରୁ ଅଲ ଇଣ୍ଡିଆ ପେଟ୍ରୋଲ ପେଟ୍ରୋଲିୟମ ଡିଲର ଆସୋସିଏସନ ଆରବିଆଇକୁ ନିବେଦନ କରିଛି ଯେ, ଗ୍ରାହକମାନେ ୨,୦୦୦ ନୋଟ ବଦଳରେ ଖୁଚୁରା ଟଙ୍କା ଫେରସ୍ତ କରୁଥିବାରୁ ନଗଦ ଅଭାବ ଦେଖାଦେଇଛି। ଲୋକମାନେ ୨,୦୦୦ ଟଙ୍କିଆ ନୋଟ୍ ବ୍ୟବହାର ପାଇଁ ଡିଜିଟାଲ୍ ପେମେଣ୍ଟ ମଧ୍ୟ ହ୍ରାସ କରିଛନ୍ତି। ଲୋକମାନେ ତେଲ ପକାଇବା ପରେ ୨,୦୦୦ ରୁ ଅଧିକ ନୋଟ୍ ଦେଉଛନ୍ତି, ଯେଉଁ କାରଣରୁ ଅନେକ ପେଟ୍ରୋଲ ପମ୍ପରେ ଖୁଚୁରା ନଗଦ ଅଭାବ ଦେଖାଦେଇଛି।

Get real time updates directly on you device, subscribe now.