fbpx

ଭିଜିଲାନ୍ସ ଜାଳରେ ଅବକାରୀ କମିଶନର, ବାସଭବନ ଓ ଅଫିସ ସହ ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଓଡ଼ିଶା ଭାସ୍କର: ଭିଜିଲାନ୍ସ ଜାଲରେ ଅବକାରୀ ଯୁଗ୍ମ କିମିଶନର । ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି । ଭୁବନେଶ୍ୱର, ସୋନପୁର ଏବଂ ବଲାଙ୍ଗିର ସମେତ ଅନ୍ୟ ସ୍ଥାନରେ ଜାରି ରହିଛି ରେଡ୍ । ଯୁଗ୍ମ କମିଶନରଙ୍କ ବାସଭବନ ଓ ଅଫିସରେ ମଧ୍ୟ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉ ଟିମରେ ୧୦ ଜଣ ଡିଏସପି ଏବଂ ୧୫ ଜଣ ଇନ୍ସପେକ୍ଟର ସାମିଲ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.