fbpx

(Video)ମାଟିରେ ମିଶିଲା ଦେଶୀ ମଦ; ସାଲିଆ ସାହିରେ ଅବକାରୀ ବିଭାଗର ଚଢ଼ାଉ

ଓଡିଶା ଭାସ୍କର; ଭାଙ୍ଗିଲେ ମଦ ଭାଟି, ମାଟିରେ ମିଶିଲା ଦେଶୀ ମଦ । ପାର୍ବଣ ପୂର୍ବରୁ ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଥିବା ଦେଖିବାକୁ ମିଳିଛି । ପୂଜା ପାଇଁ ଏଠାରେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ବେଳେ ଖବର ପାଇ ଚଢ଼ାଉ କରିଛି ଅବକାରୀ ବିଭାଗ । ଭାଟି ଭାଙ୍ଗିବା ସହିତ ଶହ ଶହ ଲିଟର ପରିମାଣର ମଦ ନଷ୍ଟ କରି ମାଟିରେ ମିଶାଇ ଦେଇଛି ଅବକାରୀ ବିଭାଗ ।

ଭୁବନେଶ୍ୱର ଅବକାରୀ ଥାନା ପକ୍ଷରୁ IIC ବିକାଶ ନାୟକଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇ ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥି ସହିତ ମଦ ପ୍ରସ୍ତୁତିରେ ଲାଗୁଥିବା ସମସ୍ତ ସାମଗ୍ରୀକୁ ଜବତ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ୧୫ ଜଣ ଅଭଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି । ଏହିପରି ଆଗକୁ ବସ୍ତି ଓ ଚୋରା ମଦ ଆଡ୍ଡା ଉପରେ ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ ।

 

Get real time updates directly on you device, subscribe now.