fbpx

ଗଜପତି ଜିଲ୍ଲାରେ ଗଡ଼ିଲା ‘ଲକ୍ଷ୍ମୀ’ : ପ୍ରଥମ ପର୍ଯ୍ୟାୟରେ ୩୬ଟି ବସ୍ କରିବ ଚଳପ୍ରଚଳ

ଭୁବନେଶ୍ୱର : ଆଜି ଗଜପତି ଜିଲ୍ଲାରେ ବି ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହି ସେବା ଗଜପତି ଜିଲ୍ଲାର ୭ଟି ବ୍ଲକରେ ସେବା ଯୋଗାଇବ ଲକ୍ଷ୍ମୀ ବସ । ଏନେଇ ସରକାର ପ୍ରଥମ ପର୍ଯ୍ୟାୟରେ ୩୬ଟି ବସ୍ ଯୋଗାଇଛନ୍ତି ।

ସୂଚନା ଯୋଗ୍ୟ ଯେ, ମାଲକାନଗିରି ପରେ ଏବେ ଗଜପତିରେ ଏହି ସେବା ଯୋଗାଇ ଦିଆଯାଇଛି । ଗଜପତି ଜିଲ୍ଲାର ୭ଟି ବ୍ଲକର ୧୨୬ଟି ପଞ୍ଚାୟତରେ ଏହି ସେବା ଉପଲବ୍ଧ କରାଯାଇଛି । ଏହି ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସବୁ ପଞ୍ଚାୟତରେ ଯୋଗାଯୋଗ ବିକାଶର ଧାରା ଆରମ୍ଭ ହୋଇଯାଇଛି । ଏହା ବ୍ୟତୀତ ସେ କହିଛନ୍ତି ଯେ, ସାରା ରାଜ୍ୟରେ ୧ ହଜାରରୁ ଅଧିକ ଲକ୍ଷ୍ମୀ ବସ୍ ଚାଲିବ ।

ରାଜ୍ୟରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଠାରେ ଏହାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାକୁ ଏହି ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ । ଏହା ଗାଁ ଗାଁରେ ସମୃଦ୍ଧି ଆଣିବ, ଅର୍ଥନୀତିକୁ ସୁଦୃଢ଼ କରିବା’ ଏହା ବ୍ୟତୀତ ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ି ରଖିବ ।

Get real time updates directly on you device, subscribe now.