fbpx

ଋତୁସ୍ରାବ ସମୟରେ କେଉଁ ବ୍ୟାୟାମ କରିବା ଉଚିତ, ଜାଣନ୍ତୁ…

ନୂଆଦିଲ୍ଲୀ: ମାସିକ ଋତୁସ୍ରାବ ଏକ ସ୍ବାଭାବିକ ପ୍ରକ୍ରିୟା । ଏହି ସମୟରେ ପ୍ରାୟତଃ ମହିଳାଙ୍କୁ ଯନ୍ତ୍ରଣା ହୋଇଥାଏ । ତେବେ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ, ଋତୁସ୍ରାବ ସମୟରେ ବ୍ୟାୟାମ କରିବା ଉଚିତ କି ନୁହେଁ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଋତୁସ୍ରାବ ସମୟରେ ବ୍ୟାୟାମ କରିବା ଦ୍ବାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । କିନ୍ତୁ ଏହି ସମୟରେ ବ୍ୟାୟାମ ଦ୍ବାରା ଅଧିକ କ୍ଲାନ୍ତି ଲାଗିଥାଏ । ତେଣୁ ଅଧିକ ବ୍ୟାୟାମ କରିବା ଉଚିତ ନୁହେଁ ବୋଲି କୁହାଯାଇଛି । ଅନ୍ୟପଟେ ଏକ ରିପୋର୍ଟରେ କୁହାଯାଇଛି ଯେ, ମାସିକ ଋତୁସ୍ରାବ ଯଦି ସାଧାରଣ ଅର୍ଥାତ ଯନ୍ତ୍ରଣା ହେଉ ନାହିଁ ତାହେଲେ ଅଧିକ ବ୍ୟାୟାମ କରାଯାଇପାରିବ । ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ ଋତୁସ୍ରାବର 5 ଦିନ ପର୍ଯ୍ୟନ୍ତ ବ୍ୟାୟାମ କରନ୍ତି ନାହିଁ ।

ଋତୁସ୍ରାବ ସମୟରେ ବ୍ୟାୟାମ କରିବାର ଫାଇଦା- ଋତୁସ୍ରାବ ସମୟରେ ବ୍ୟାୟାମ କରିବା ଦ୍ବାରା ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଠିକ ଭାବେ ରହିଥାଏ । ଋତୁସ୍ରାବ ସମୟରେ ପ୍ରୋଜେଷ୍ଟରନ ଏବଂ ଏଷ୍ଚ୍ରୋଜେନ ନିମ୍ନ ସ୍ତରରେ ରହୁଥିବା କାରଣରୁ ଥକା ଲାଗିଥାଏ । କିନ୍ତୁ ଅଳ୍ପ ବ୍ୟାୟାମ ଦ୍ବାରା ଯନ୍ତ୍ରଣା ଦୂର ହୋଇଥାଏ । ବିଶେଷକରି ଋତୁସ୍ରାବ ସମୟରେ ଥକ୍କା ଲାଗିବା ଏବଂ ମୁଡସୁଇଂ ହୋଇଥାଏ । ପ୍ରତିଦିନ ଆରୋବିକ କରିବା ଦ୍ବାରା ଏହି ଲକ୍ଷଣକୁ କମ୍ କରାଯାଇପାରେ । ସେହିପରି ବ୍ୟାୟାମ କରିବା ଦ୍ବାରା ଏଣ୍ଡ୍ରୋଫିନ୍ ଅଧିକ ରହିଥାଏ । ଏହାକୁ ମୁଡକୁ  ଭଲ କରିଥାଏ । ଏଣ୍ଡ୍ରୋଫିନ ପ୍ରାକୃତିକ ଭାବେ ଯନ୍ତ୍ରଣାକୁ କମ୍ କରିଥାଏ । ଋତୁସ୍ରାବ ସମୟରେ କାର୍ଡିଓ ଠାରୁ ଦୂରେଇ ରହିବା ଉଚିତ । ଭାରି ଜିନିଷ ଉଠାଇବା ଦ୍ବାରା ଯନ୍ତ୍ରଣା ବଢିବାର ସମ୍ଭାବନା ଅଧିକ ରହିଥାଏ ।

Get real time updates directly on you device, subscribe now.