fbpx
BJD SKY
BJD SKY

ଅକ୍ସିଜେନର ପୁନଃ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଆଇଆଇଟି-ବମ୍ବେ ଆଣିଲା ‘ଦ ରିବ୍ରେଦର୍’

BJD

ମୁମ୍ବାଇ : ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଦେଇ ଗତି କରୁଛି । ଏହି ସମୟରେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ର ଅଭାବ ଦେଖାଦେଇଛି । ଯାହାଫଳରେ ଅନେକ ଆକ୍ରାନ୍ତ ଅକ୍ସିଜେନ୍ ଅଭାବରେ ପ୍ରାଣ ହରାଉଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଆଇଆଇଟି-ବମ୍ବେ ଅକ୍ସିଜେନ୍ କୁ ପୁନଃ ବ୍ୟବହାରକୁ ସୁନିଶ୍ଚିତ କରିବାକୁ ଯାଇ ଏକ ନୁତନ ଟେକ୍ନିକ୍ ଆଣିଛନ୍ତି । ଅକ୍ସିଜେନ୍ ର ପୁନଃ କରିବା ପାଇଁ ବାହାର କରାଯାଇଥିବା ଏହି ନୁତନ ଅଭିନବ ଉପାୟ ଦ୍ୱାରା ଅକ୍ସିଜେନ୍ ସିଲିଣ୍ଡରର ଜୀବନକାଳକୁ ବୃଦ୍ଧି କରାଯାଇ ପାରିବ ଏବଂ ଅଧିକରୁ ଅଧିକ ରୋଗୀ ଅକ୍ସିଜେନ୍ ପାଇପାରିବେ । ଏହାର ନାମ ହେଉଛି ‘ଦ ରିବ୍ରେଦର୍’ । ଏହି ‘ଦ ରିବ୍ରେଦର୍’ ସହାୟତାରେ ଗୋଟିଏ ଦିନରେ ୯ଟି ଅକ୍ସିଜେନ୍ ସିଲିଣ୍ଡରର ବ୍ୟବହାରକୁ କମ୍ କରାଯାଇପାରିବ ବୋଲି ଏହାର ନିର୍ମାଣକର୍ତ୍ତା ମାନେ ମତ ରଖିଛନ୍ତି ।

ଆଇଆଇଟି-ବମ୍ବେର ପୂର୍ବତନ ଛାତ୍ରଛାତ୍ରୀ, ପ୍ରଫେସର୍ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ଏହି ‘ଦ ରିବ୍ରେଦର୍’ କୁ ପ୍ରସ୍ତୁତ କରାଯାଇଛି । ଏହି ନୁତନ ପ୍ରୋଟୋଟାଇପ୍ ଦ୍ୱାରା ଆମେ ବାୟୁମଣ୍ଡଳକୁ ଛାଡୁଥିବା ଅକ୍ସିଜେନ୍ ରୁ କାର୍ବନ୍ ଡାଇଅକ୍ସାଇଡ୍ ବାହାର କରି ପୁଣିଥରେ ସେଥିରୁ ବ୍ୟବହାରଯୁକ୍ତ ଅକ୍ସିଜେନ୍ ବାହାର କରିହେବ । ତେବେ ଏନେଇ ଆଇଆଇଟି-ବମ୍ବେର କେମିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରୋଫେସର୍ ସନ୍ତୋଷ ନୋରୋନ୍ହା କହିଛନ୍ତି ଯେ, ପାଖାପାଖି ୯୦ ପ୍ରତିିଶତ ଅକ୍ସିଜେନ୍ ବାୟୁମଣ୍ଡଳରେ ନଷ୍ଟ ହୋଇଯାଏ । କିନ୍ତୁ ଏହି ନୁତନ ଉପକରଣ ‘ଦ ରିବ୍ରେଦର୍’ ଦ୍ୱାରା ଦେଶରେ ଦେଖାଦେଇଥିବା ଅକ୍ସିଜେନ୍ ର ଅଭାବକୁ ଦୂର କରିପାରିବ । ଦୈନିକ ବ୍ୟବହାର ହେଉଥିବା ବିପୁଳ ପରିମାଣର ଅକ୍ସିଜେନ୍ ର ବ୍ୟବହାରକୁ ଏହା ହ୍ରାସ କରିପାରିବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆକ୍ରାନ୍ତ ମାନଙ୍କ ଠାରୁ ଅକ୍ସିଜେନ୍ ଅଧିକ ରୁ ଅଧିକ ନିର୍ଗତ ହେବା ଦ୍ୱାରା ଏହା କୋଭିଡ୍ ହସ୍ପିଟାଲରେ ଅଗ୍ନକାଣ୍ଡର କାରଣ ହୋଇପାରେ । ଯଦିଓ ଏହି ନୁତନ ଅକ୍ସିଜେନ୍ ପ୍ରସ୍ତୁତକାରୀ ଉପକରଣ ‘ଦ ରିବ୍ରେଦର୍’ ର ଅନୌପଚାରିକ ରୂପରେ ପରୀକ୍ଷଣ କରାଯାଇଛି । କିନ୍ତୁ ଏହାର ନୈଦାନିକ ପରୀକ୍ଷଣ ଏଯାବତ୍ ବାକି ଅଛି ।

Get real time updates directly on you device, subscribe now.