fbpx

ମୋଦୀଙ୍କ ପାଇଁ ମୁଖ୍ୟମନ୍ତ୍ରୀମାନେ ଲଜ୍ଜିତ ହୋଇଛନ୍ତି: ମମତା

ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା/ନୂଆଦିଲ୍ଲୀ: ମିଟିଂ ହେଲା ସତ । କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କୁ କିଛି କହିବାକୁ ସୁଯୋଗ ମିଳିଲାନି । କେବଳ ଯାହା କହିଲେ ପ୍ରଧାନମନ୍ତ୍ରୀ ମୋଦୀ ହିଁ କହିଲେ। ତେଣୁ କରୋନା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀମାନଙ୍କୁ ମିଟିଂ ଡକାଇ କହିବାକୁ ସୁଯୋଗ ନଦେବା ଅର୍ଥ ସେମାନଙ୍କୁ ଅପମାନିତ କରିବା ସଦୃଶ । ତେଣୁ ମୋଦୀଙ୍କ ପାଇଁ ମୁଖ୍ୟମନ୍ତ୍ରୀମାନେ ଲଜ୍ଜିତ ହୋଇଛନ୍ତି । ୧୦ ରାଜ୍ୟ ସରକାରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁବାର ପୂର୍ବାହ୍ଣରେ ଭର୍ଚୁଆଲ୍ ସମୀକ୍ଷା ବୈଠକ ବା ମିଟିଂ ହେବା ପରେ ଉପରୋକ୍ତ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀମାନେ କିଛି ମଧ୍ୟ କହିବାକୁ ସୁଯୋଗ ଦିଆଗଲାନି ।

ଉପରୋକ୍ତ ମର୍ମରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ମମତା କହିଛନ୍ତି ଯେ କହିବାକୁ ସୁଯୋଗ ଯଦି ଦିଆଗଲାନି ତେବେ କାହିଁକି ନିମନ୍ତ୍ରଣ କରାଯାଇଥିଲା । ତେଣୁ ସମସ୍ତ ମୁଖ୍ୟମନ୍ତ୍ରୀ ଏହାର ପ୍ରତିବାଦ କରିବା ଆବଶ୍ୟକ । ଏଥିସହ ମୋଦୀଙ୍କ ମନ୍ତବ୍ୟକୁ ମଧ୍ୟ ମମତା ବିରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମିଟିଂରେ କହିଥିଲେ ଯେ ଦେଶରେ ସଂକ୍ରମଣ ସଂଖ୍ୟାବହୁଳ । ତେବେ ମମତା ପ୍ରଶ୍ନ ଉଠାଇଛନ୍ତି ଯେ ଯଦି ସେସବୁ କେବଳ ସଂଖ୍ୟା ତେବେ ଏତେ ସଂଖ୍ୟକ ମୃତ୍ୟୁ ଘଟୁଛି କାହିଁକି? ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ବୈଠକ ସମ୍ପୂର୍ଣ୍ଣ ବିଫଳ ହୋଇଛି ଏବଂ ମୁଖ୍ୟମନ୍ତ୍ରୀମାନେ ଅସମ୍ମାନିତ ହୋଇଛନ୍ତି ।

ଅନ୍ୟପକ୍ଷରେ କରୋନା ମହାମାରୀ ବେଳରେ ଯେଉଁମାନେ ଗ୍ରାଉଣ୍ଡ୍ ଲେବଲ୍ରେ କାର୍ଯ୍ୟ କରିଆସୁଛନ୍ତି ସେହି ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ଅଭିଜ୍ଞତା ଓ ସୁଚିନ୍ତିତ ପରାମର୍ଶ  ଦେଇପାରିବେ । ଫଳରେ ଆହୁରି ପ୍ରଭାବ ପକାଇବା ଭଳି ପଦକ୍ଷେପ ନିଆଯାଇପାରିବ ଏବଂ କରୋନା ସଂକ୍ରମଣକୁ ରୋକାଯାଇପାରିବ ।

 

Get real time updates directly on you device, subscribe now.