fbpx

କରୋନାରେ ସଂକ୍ରମିତ ହେଲେ ଫ୍ଲାଇଂ ଶିଖ୍‌ ମିଲଖା ସିଂହ, କହିଲେ ‘ମୁଁ ସଂପୂର୍ଣ୍ଣ ଫିଟ୍‌ ଓ ଫାଇନ୍‌ ଅଛି’…

ନୂଆଦିଲ୍ଲୀ ୨୦/୦୫: କରୋନାରେ ସଂକ୍ରମିତ ହେଲେ ଫ୍ଲାଇଂ ଶିଖ୍‌ ମିଲଖା ସିଂହ। ସେ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ରହିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।

ସୂଚନା ମୁତାବିକ, ମିଲଖା ସିଂହଙ୍କର ପୁଅ ତଥା ଗୋଲଫର ଜିଭ୍ ମିଲଖା ସିଂହ କହିଛନ୍ତି କି  ବୁଧବାର ରାତିରୁ ତାଙ୍କୁ ୧୦୧ ଡିଗ୍ରୀ ଜ୍ୱର ଥିଲା ।  ଏବେ ତାଙ୍କର ଅବସ୍ଥା ସ୍ଥିର ରହିଛି । ସେ ଘରେ ହିଁ କ୍ବାରେଣ୍ଟାଇନରେ ଥିବା ବେଳେ ଚିକିତ୍ସା ଚାଲିଛି।

୯୧ ବର୍ଷିୟ ମିଲଖା ସିଂହ କିଛି ଦିନ ପୂର୍ବେ ଲୋକଙ୍କୁ କହିଥିଲେ କି ଲକ୍‌ଡାଉନରେ ଘରେ ରୁହନ୍ତୁ , ଯାହାକି କରୋନା ଭାଇରସ୍‌କୁ  ବ୍ୟାପିବାରେ ରୋକା ଯାଇ ପାରିବ ।  ମିଲଖା ସିଂହ କହିଛନ୍ତି କି ମୁଁ ସଂପୂର୍ଣ୍ଣ ଫିଟ୍‌ ଓ ଫାଇନ୍‌ ଅଛି ।

ଉଲ୍ଳେଖ ଯୋଗ୍ୟ ଯେ, ଫ୍ଲାଇଂ ଶିଖ୍‌ ମିଲଖା ସିଂହ ନିଜର କ୍ୟାରିୟରରେ  ଅନେକ ରେକର୍ଡ କରିଛନ୍ତି ଏବଂ ଅନେକ ପଦକ ଜିତିଛନ୍ତି । ମେଲବର୍ନରେ ୧୯୫୬ ଅଲମ୍ପିକରେ ଭାରତର ପ୍ରତିନିଧିତ୍ୱ କରିଥିବା ବେଳେ ରୋମ୍‌ରେ ୧୯୬୦ରେ ଅଲମ୍ପିକ ଓ ଟୋକିଓରେ ୧୯୬୪ରେ ଅଲମ୍ପିକରେ ମିଲଖା ସିଂହ ନିଜର ସୁନ୍ଦର ପ୍ରଦର୍ଶନ ସହ ଭାରତର ସବୁଠୁ ମହାନ ଅଲମ୍ପିଆନ୍‌ ହୋଇ ପାରିଛନ୍ତି।

Get real time updates directly on you device, subscribe now.