fbpx

ସରିିଥିଲା ନିର୍ବନ୍ଧ, ଦିନ କେଇଟା ପରେ ପଡିଥାନ୍ତା ହାତଗଣ୍ଠି; ସହିଲାନି ଦଇବ, କରୋନାରେ ଚାଲିଗଲା ଯୁବକଙ୍କ ପ୍ରାଣ

ବ୍ୟାସନଗର (ଆ.ପ୍ର): ସହିଲାନି ଦଇବ, ବିଧିର ବିଧାନ ଥିଲା କିଛିଟା ଭିନ୍ନ। ବିବାହ ପାଇଁ ଆସିଥିଲେ ଯୁବକ। ନିର୍ବନ୍ଧ ସରିଥିଲା ବେଳେ କରୋନାରେ ଜଣେ ଯୁବକଙ୍କୁ ଚିରଦିନ ପାଇଁ ଆରପାରିକି ପଠେଇ ଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ବରୀ ବ୍ଲକ ବେଞ୍ଜରାପୁର ଗ୍ରାମରେ ଘଟିଛି । କରୋନାର ଦ୍ୱିତୀୟ ଲହର ବରୀ ଅଞ୍ଚଳରେ ତାଣ୍ଡବ ଲୀଳା ରଚୁଛି ।

ସୂଚନା ମୁତାବିକ,  ମନୋଜ ଜେନାଙ୍କ ପୁଅ ସତ୍ୟଜିତ ଜେନା (ଗୁଡ଼ୁ) ମଇଥାନ ଷ୍ଟିଲରେ ଫିଟର ଭାବେ କାଯ୍ୟ କରୁଥିଲେ । ବିବାହ ପାଇଁ ଘରକୁ ଆସିଥିଲେ, ନିର୍ବନ୍ଧ ବି ସରି ଯାଇଥିଲା, ସତ୍ୟଜିତଙ୍କୁ ଥଣ୍ଡା ହେବାରୁ କୋଭିଡ ଟେଷ୍ଟ କରାଇଥିଲେ । କରୋନା ସଂକ୍ରମିତ ବୋଲି ଚି଼ହ୍ନଟ ହେଲା ପରେ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ସେଠାରେ ସତ୍ୟଜିତଙ୍କ ମୃତ୍ୟୁ ହୋଇଯାଇଥିଲା । ପୁଅର ମୃତ୍ୟୁ ଶୁଣି ପରିବାରରେ ଗଭୀର ଶୋକର ଛାୟା ଖେଳି ଯାଇଥିଲା । ପରିବାର ଲୋକେ ହତବାକ ହୋଇ ଯାଇଥିଲେ । ଏନେଇ ସମଗ୍ର ବରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛ

Get real time updates directly on you device, subscribe now.