fbpx
BJD SKY
BJD SKY

ଆଣ୍ଟାର୍କଟିକାରେ ଖସିଲା ଦିଲ୍ଲୀ ଆୟତନର ୩ ଗୁଣା ଆକାର ବରଫ ଖଣ୍ଡ

ବିଶ୍ୱ ତାପାୟନ ବୃଦ୍ଧିର ପରିଣାମ

BJD

ନୂଆଦିଲ୍ଲୀ: ବର୍ଷକୁ ବର୍ଷ ବଢ଼ି ଚାଲିଛି ବିଶ୍ୱର ତାପାମାତ୍ରା । ଏହାରି ଫଳରେ ପ୍ରାଣୀ ଜଗତ ପାଇଁ ଗୋଟିଏ ପରେ ଗୋଟିଏ ବିପଦ ଘନେଇ ଆସୁଛି । ଝଡ଼-ବାତ୍ୟା, ବନ୍ୟା, ଭୂ-କମ୍ପ, ଅଦିନିଆ ବର୍ଷା ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପଡୁଛି ପୃଥିବୀକୁ । ଖାଲି ସେତିକି ନୁହେଁ, ବିଭିନ୍ନ ରୋଗ ସଂକ୍ରମଣ ମଧ୍ୟ ବିଶ୍ୱକୁ ଆକ୍ରାନ୍ତ କରିବାରେ ଚାଲିଛି । କିନ୍ତୁ ପ୍ରକୃତିର ଭାରସ୍ୟମ ନରହିବା କାରଣରୁ ବିପଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । ବ୍ୟାପକ ଜଙ୍ଗଲ ନଷ୍ଟ ଏବଂ କଂକ୍ରିଟ୍ ଜଙ୍ଗଲର ସୃଷ୍ଟି ଯୋଗୁଁ କୁପରିଣାମ ଜୀବଜଗତ ଉପରେ ପଡୁଛି। ସମ୍ପ୍ରତି ପରିବେଶବିତ୍ ଓ ବୈଜ୍ଞାନିକମାନେ ବିଶ୍ୱ ତାପାୟନ ବୃଦ୍ଧିକୁ ନେଇ ଗଭୀର ଚିନ୍ତିତ ରହିଥିବାବେଳେ ଆଣ୍ଟାର୍କଟିକାରେ ଏକ ବିଶାଳକାୟ ବରଫ ଖଣ୍ଡ ସ୍ଖଳନ ହୋଇଥିବା ଜଣାପଡ଼ିଛି । ଯାହାକୁ କି ପୃଥିବୀର ସବୁଠୁ ବଡ଼ ବରଫ ଖଣ୍ଡ ବୋଲି କୁହାଯାଉଛି । ଆୟତନ ଅନୁସାରେ ଏହା ଆମ ଦେଶର ରାଜଧାନୀ ଦିଲ୍ଲୀର ୩ ଗୁଣା ବଡ଼ ହେବ ବୋଲି ସୂଚନା ମିଳିଛି ।

Woprld's biggest Iceberg at Antarctica

ୟୁରୋପୀୟ ସ୍ପେଶ୍ ଏଜେନ୍ସି ପକ୍ଷରୁ ସ୍ୟାଟେଲାଇଟ୍ ଜରିଆରେ ନିଆଯାଇଛି ଉକ୍ତ ବିଶାଳକାୟ ବରଫ ଖଣ୍ଡର ଫଟୋ । ସେଥିରୁ ଜଣାପଡ଼ିଛି ଯେ ଏହି ବରଫ ଖଣ୍ଡ ପ୍ରାୟ ୧୭୦ କିଲୋମିଟର ଲମ୍ବା ଏବଂ ୨୫ କିଲୋମିଟର ପ୍ରସ୍ଥ ବିଶିଷ୍ଟ । ସେହିପରି ସାଟେଲାଇଟ୍ ଫଟୋ ଅନୁସାରେ ଏହା ଆଣ୍ଟାର୍କଟିକାର ପଶ୍ଚିମ ଭାଗ ସ୍ଥିତ ରୋନେ ଆଇସ୍ ଶେଲ୍ଫରୁ ଖସିଛି ଉକ୍ତ ବରଫ ଖଣ୍ଡ । ତେବେ ଏହାକୁ ନେଇ ସାରା ଦୁନିଆରେ ବଡ଼ ବିପଦ ଆଶଙ୍କା ସୃଷ୍ଟି ହୋଇଛି । ସବୁ ଦେଶର ବିଶେଷଜ୍ଞ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । କାରଣ ଏହିଭଳି କ୍ରମାଗତ ବରଫ ସ୍ଖଳନ ଲାଗି ରହିଲେ ବିଶ୍ୱ ପାଇଁ ବଡ଼ ବିଷମ ପରିସ୍ଥିତି ଆସିପାରେ । ଏକ ଅଜଣା ସଂକଟକୁ ଏଡ଼ାଇ ଦିଆଯାଇନପାରେ । ୟୁରୋପୀୟ ଅନ୍ତରୀକ୍ଷ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏହି ଆଇସବର୍ଗ ଏ-୭୬ ଖସିବା ପରେ ବେଡେଲ୍ ସାଗରରେ ଭାସୁଛି ।

Get real time updates directly on you device, subscribe now.