ବେଆଇନ ବାଣ ତିଆରି ସମୟରେ ବିସ୍ଫୋରଣ; ଚାରି ମୃତ, ୧୦ ଆହତ, ଭୁଶୁଡ଼ିଲା ଘର

ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ଏକ କାରଖାନାରେ ବେଆଇନ ଭାବରେ ବାଣ ତିଆରି ବେଳେ ବିସ୍ଫୋରଣ । ଏହି ବିସ୍ଫୋରଣରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତ ହୋଇଥିବା କିଛି ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି, ଏବଂ ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ବିସ୍ଫୋରଣ କାଇରାନା ସହରରେ ଅବସ୍ଥିତ ଏକ ଆଚାର ତିଆରି କାରଖାନାରେ ଘଟିଛି । ଯେଉଁଠାରେ ବେଆଇନ ଭାବେ ବାଣ ତିଆରି କରାଯାଉଥିଲା । ଏହି ସମୟରେ ଏଠାରେ ବିସ୍ଫୋରଣ ହେଶଇଥିଲା ଯେଉଁଥିରେ ଚାରିଜଣଙ୍କର ମୃତ୍ୟୁ ହେବା ସହ ୧୦ ଜଣ ଆହତ ହୋଇଥିଲେ । ପୋଲିସର ସୂଚନା ଅନୁଯାୟୀ ଆହତଙ୍କୁ ଉଦ୍ଧାର କରାଯିବା ସହ ଚାରି ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।