fbpx

ଭୁବନେଶ୍ୱରରେ ଅଭିନବ ଉପାୟରେ ଲୁଟ୍ ର ପର୍ଦ୍ଦାଫାସ: ଲୁଟ୍ ପୂର୍ବରୁ ଲାଗିକରୁଥିଲେ ରସଗୋଲା ଭୋଗ

Advertisement

ଭୁବନେଶ୍ୱରରେ ଗତ ୨୦ ତାରିଖରୁ ଔଷଧ ଦୋକାନ ମାନଙ୍କରେ ହେଉଥିବା ଲୁଟ୍ ଘଟଣାର ଆଜି ପର୍ଦ୍ଦାଫାସ୍ ହୋଇଛି। ପ୍ରେସମିଟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି । ୪ ଅନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସେମାନଙ୍କଠାରୁ ନଗଦ ୩୯ ହଜାର ଟଙ୍କା, ଆଧାର କାର୍ଡ, ଭୋଟର ଆଇଡି ଜବତ ହୋଇଛି । ଅଭିଯୁକ୍ତଙ୍କ ଠାରୁ ୪ଟି ମୋବାଇଲ ମଧ୍ୟ ଜବତ । ୨୦ ତାରିଖରୁ ଔଷଧ ଦୋକାନରୁ ଲୁଟ୍ କରୁଥିଲେ ଏହି ଅଭିଯୁକ୍ତମାନେ ।

ଘଟଣା ଅନୁଯାୟୀ, ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରାଜୁ ଓରଫ୍ ରାଜୁ ସିଂ ଜଣେ ରଙ୍ଗମିସ୍ତ୍ରୀ । ଏହି ଗ୍ୟାଙ୍ଗ ପୂର୍ବରୁ ବ୍ରହ୍ମପୁରରେ ଲୁଟ୍ କରି ଭୁବେନଶ୍ୱର ଆସିଥିଲେ । ପ୍ରଥମେ ଭୁବନେଶ୍ୱର ରେଳ ଷ୍ଟେସନ ନିକଟ ଗେଷ୍ଟ ହାଉସରେ ରହୁଥିଲେ । ଭୁବନେଶ୍ୱରରେ ରହି ବିଭିନ୍ନ ଔଷଧ ଦୋକାନରୁ ଟଙ୍କା ଲୁଟିଥିଲେ । ଗ୍ରାହକ ଭାବେ ଆସି ସେମାନେ ଲୁଟ୍ ଯୋଜନାକୁ ରୂପେ ଦେଉଥିଲେ । ଆଉ ଏହିପରି ଭାବରେ କରିଚାଲିଥିଲେ ଗୋଟିଏ ପରେ ଗୋଟିଏ ଲୁଟ୍ । ସୂଚନା ଯୋଗ୍ୟ ଯେ ଏହି ଲୁଟେରାମାନେ ଲୁଟ କରିବାକୁ ଯିବା ପୂର୍ବରୁ ଠାକୁରଙ୍କ ନିକଟରେ ରସଗୋଲା ଭୋଗ ଲଗାଇଥାନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.