ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ସମୟସୀମାକୁ ପୁଣି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଉ ମାସେ ବୃଦ୍ଧି କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି । ୨୦୨୩ ଫେବ୍ରୁଆରୀ ପର୍ୟ୍ୟନ୍ତ ଅବଧି ବୃଦ୍ଧି କରିଛନ୍ତି ସରକାର । ଶେଷ ଅଙ୍କ ୧,୨,୩,୪ ଥିଲେ, ସେଥିରେ ନଭେମ୍ବର ୩୦ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ । ସେହିପରି ଶେଷ ଅଙ୍କ ୫,୬ ଥିଲେ, ସେଥିରେ ଡିସେମ୍ବର ୩୧ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ । ଶେଷ ଅଙ୍କ ୭,୮ ଥିଲେ, ସେଥିରେ ଜାନୁଆରୀ ୩୧ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ । ଶେଷ ଅଙ୍କ ୦ କିମ୍ବା ୯ ଥିଲେ, ସେଥିରେ ଫେବ୍ରୁଆରୀ ୨୮ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ ।
ପୂର୍ବରୁ ନମ୍ବର ପ୍ଲେଟର ଡେଡଲାଇନ ପ୍ରସଙ୍ଗକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ ।୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ଯେଉଁମାନେ ଅନଲାଇନ୍ ବୁକିଂ କରିବା ସହ ସ୍ଲିପ ପାଖରେ ରଖିଥିବେ ସେମାନେ ଚେକିଂରୁ ରକ୍ଷା ପାଇପାରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।