fbpx

ମାଟ୍ରିକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁସି ଖବର: ସାମାଜିକ ବିଜ୍ଞାନ ସେଟ ପାଇଁ ମିଳିବ ସ୍ୱତନ୍ତ୍ର ମାର୍କ, ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି !

ଭୁବନେଶ୍ୱର : ଦଶମ ଶ୍ରେଣୀ ସାମାଜିକ ବିଜ୍ଞାନ B ସେଟରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ମାନଙ୍କୁ ମିଳିବ ଗ୍ରେସ ମାର୍କ । ପ୍ରଶ୍ନପତ୍ରରେ ମୁଦ୍ରଣ ଜନିତ ତ୍ରୁଟି ହୋଇଥିବରୁ କେବଳ ଏହି ପରୀକ୍ଷା ଖାତାରେ ପିଲା ମାନଙ୍କୁ ସ୍ୱତନ୍ତ୍ର ମାର୍କ ମିଳିପାରେ। ତେବେ ଏହି ମୁଦ୍ରଣ ଜନିତ ତ୍ରୁଟି ପାଇଁ ୧୭ ନମ୍ବର ପାଇବେ ବୋଲି ସୂଚନା ମିଳୁଛି । ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି ଙ୍କ କହିବା ଅନୁସାରେ ମୁଦ୍ରଣ ଜନିତ ତ୍ରୁଟି ପାଇଁ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ନମ୍ବର ପ୍ରଦାନ କରାଯିବ । ଏ ସଂକ୍ରାନ୍ତରେ ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ତେବେ ଏହା ପାଇଁ କୌଣସି ଛାତ୍ରଛାତ୍ରୀ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ସୂଚନାମୁତାବକ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଅଭିଯୋଭିଯୋଗକୁ ପୂର୍ବରୁ ବୋର୍ଡ କର୍ତ୍ତୃପକ୍ଷ ସ୍ବୀକାର କରିଥିଲେ । ଏହି ତ୍ରୁଟି, ପରିକ୍ଷାର୍ଥୀମାନଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ଏହା ସହିତ ଆଉଥରେ ପରୀକ୍ଷା ହେବାର କୌଣସି ସମ୍ଭାବନା ନଥିବା ମଧ୍ୟ ସ୍ପଷ୍ଟ କରିଥିଲେ ।

ସୂଚନାମୁତାବକ ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ହୋଇଥିବାର ଅଭିଯୋଗ ହେଇଥିଲା । ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ। ଏଥିଲାଗି ଛାତ୍ରଛାତ୍ରୀ ବା ଅଭିଭାବକମାନେ ଚିନ୍ତିତ ହେବାର କୌଣସି ଆବଶ୍ୟକ ନାହିଁ କିମ୍ବା ଏଠି ପାଇଁ ଆଉଥରେ ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ ବୋଲି ବୋର୍ଡ କତ୍ତୃପକ୍ଷ ସୂଚନା ଦେଇଥିଲେ । ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀମାନଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦିଆଯିବ। ବହୁତ କମ୍ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଏଭଳି ଘଟିଛି। ତେବେ କଣ ପାଇଁ ଏଭଳି ତ୍ରୁଟି ହୋଇଛି, ଏହା ଉପରେ ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ବୋର୍ଡ ସଭାପତି ସୂଚନା ଦେଇଥିଲେ ।

Get real time updates directly on you device, subscribe now.