CHARIDHAM

ଭୁବନେଶ୍ୱରରେ ଉଦଘାଟିତ ହେଲା EY ଟେକ୍ନୋଲୋଜି ହବ୍, ଜାଣନ୍ତୁ ଏଥିରେ କ’ଣ ସବୁ ଲାଭ ମିଳିବ

ଓଡିଶା ଭାସ୍କର: ଆଜି ଭୁବନେଶ୍ୱର ସ୍ଥିତ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଓ-ହବରେ EY ଟେକ୍ନୋଲୋଜି ହବ୍ ଉଦଘାଟନ କରାଯାଇଛି। ଯାହାକୁ ନେଇ ଯୁବ ବର୍ଗଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ରାଜ୍ୟର ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ପ୍ରୟାସ ଆରମ୍ଭ କରିଛନ୍ତି। EY ଟେକ୍ନୋଲୋଜି ସେଣ୍ଟର ଓଡ଼ିଶାରେ ଆରମ୍ଭ ହୋଇଥିବାରୁ ଏହା ନିଶ୍ଚିତତା, ଟିକସ, ରଣନୀତି, କାରବାର ଏବଂ ପରାମର୍ଶ ସେବାରେ ବିଶ୍ୱସ୍ତରୀୟ ସେବା ପ୍ରଦାନ କରିବାରେ ସହାୟକ ହେବ।

ତେବେ ବର୍ତ୍ତମାନ ଭୁବନେଶ୍ୱରକୁ ଭାରତର ୧୫ ତମ ଉପସ୍ଥିତି ସହର ଭାବରେ EY ଯୋଡିଛନ୍ତି । ଯାହା ରାଜ୍ୟର ବଢୁଥିବା ଆର୍ଥିକ ପ୍ରବୃତ୍ତି ଏବଂ ବ୍ୟବସାୟିକ ଦୃଶ୍ୟ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ଯାଉଛି ବୋଲି EY ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ O-Hub ରେ ୧୫ ହଜାର ବର୍ଗଫୁଟ ଅତ୍ୟାଧୁନିକ ଭିତ୍ତିଭୂମି ସହ ଭୁବନେଶ୍ୱରରେ EY ର ବିସ୍ତାରିତ ଉପସ୍ଥିତି ଓଡିଶା ପାଇଁ ସୁଯୋଗ ସୃଷ୍ଟି କରିବା ସହିତ କମ୍ପାନୀକୁ ଓଡିଶାର ବୈଷୟିକ ଶିକ୍ଷାଗତ ପରିବେଶରୁ ସମ୍ଭାବ୍ୟ ପ୍ରତିଭାକୁ ବ୍ୟବହାର କରିବାରେ ସକ୍ଷମ କରିବ। EY ଇଣ୍ଡିଆ ବର୍ତ୍ତମାନ ୧୫ ଟି ସହରରେ କାର୍ୟ୍ୟ ଆରମ୍ଭ କରିଛି। ବିଶେଷକରି ଅହମ୍ମଦାବାଦ, ବାଙ୍ଗାଲୋର, ଚଣ୍ଡିଗଡ଼, ଚେନ୍ନାଇ, ହାଇଦ୍ରାବାଦ, ଜୟପୁର, ଜାମସେଦପୁର, କୋଚି, କୋଲକାତା, ମୁମ୍ବାଇ, ଏନସିଆର ନୂଆଦିଲ୍ଲୀ, ଗୁରୁଗାଓଁ, ନୋଏଡା, ପୁଣେ ଏବଂ ଭୁବନେଶ୍ୱରରେ କାର୍ୟ୍ୟ କରିବ ବୋଲି EA ଇ ମ୍ୟାନେଜିଙ୍ଗ ପାର୍ଟନର ଇଷ୍ଟଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନା ଥାଉକି, ଆଜି ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡିଶାର କ୍ଲାଏଣ୍ଟ ସର୍ଭିସ ପାର୍ଟନର ମିତ୍ରଭାନୁ ଚୌଧୁରୀ, EY ମ୍ୟାନେଜିଂ ପାର୍ଟନର ଇଷ୍ଟ ହରିଶ ଅଗ୍ରୱାଲଙ୍କ ସମେତ ଆଇଟି ବିଭାଗର ସଚିବ ଓ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ ପ୍ରମୁଖ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।