fbpx

(Video) ରଥରୁ ଓହ୍ଲାଇ ଆସିଲେ ଶ୍ରୀଜୀଉ: ମହିଳାଙ୍କ ପରଟା ଉପରେ ଦିଶିଲା କଳାଶ୍ରୀମୁଖ

ଅତ୍ର ତତ୍ର ସର୍ବତ୍ର ଜଗନ୍ନାଥ । ଏକଥା ଆମେ କେବଳ ଶୁଣିଥିଲେ, ଆଉ ପୁରାଣକୁ ବିଶ୍ୱାସ କରି ଚାଲିଥିଲୋ କିନ୍ତୁ ଏବେ ଏହାର ମିଳିଛି ପ୍ରମାଣ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରଥରୁ ଓହ୍ଲାଇ ଆସିଛନ୍ତି କଳାବାମନ । ଦିନେ ଭକ୍ତ ବଳାରାମ ଦାସଙ୍କ ଡାକରେ ମହାପ୍ରଭୁ ବାଲି ରଥରେ ଉଭା ହୋଇଥିଲେ । ଆଉ ଆଜି ଭଗବାନ ଉଭା ହୋଇଛନ୍ତି ପରଟାରେ । ଖାଇବା ପାଇଁ ରୁଟି ପରଟା ତିଆରି କରୁଥିବା ବେଳେ ସେଥିରୁ ଉତ୍ପନ୍ନ ହୋଇଛନ୍ତି ଚକାନୟନ । ବିଶ୍ୱାସ ନ ହେଲେ ବି କଥାଟା ଏକଦମ ସତ ।

ଖାଇବା ପାଇଁ ତାୱାରେ ପରଟା ତିଆରି କରୁଥିବା ବେଳେ ସେଥିରୁ ବାହାରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ପରଟା ଉପରେ ଦେଖିବାକୁ ମିଳିଛି ମହାପ୍ରଭୁଙ୍କ କଳା ଶ୍ରୀମୁଖ । ଆଉ ତା ସହ ଚକା ଡୋଳା ଏବଂ ପାଟି ପରଟା ଉପରେ ଆପେ ଆପେ ତିଆରି ହୋଇଯାଇଛି । ଭକ୍ତିରେ ଡାକିଲେ ସେ ଭାବଗ୍ରାହୀ ଯେଉଁଠିବି ଥିଲେ ଦେଖା ଦିଅନ୍ତି ବୋଲି ଶୁଣିଛନ୍ତି ସମସ୍ତେ । କିନ୍ତୁ ଆଜି ଏହା ନିଜ ଆଖିରେ ଦେକିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଇଟାପାଳ ଗାଁରେ । ଅଗାଢ଼ ଭକ୍ତି ସହ ସେ ତିଆରି କରୁଥିବା ପରଟାରେ ମହାପ୍ରଭୁ ତାଙ୍କୁ ଦିବ୍ୟ ଦର୍ଶନ ଦେଇଛନ୍ତି ।

ତୂଳୀରେ ଆଙ୍କିଲା ଭଳି ପରଟା ଉପରେ ତିଆରି ହୋଇଛି ମହାପ୍ରଭୁଙ୍କର ଶ୍ରୀମୁଖ । କଳା ବଦନ, ନାକ ଆଖି ପାଟି ସବୁ ହୋଇଛି ପରଟା ଉପରେ । ଭକ୍ତର ଡାକ ଶୁଣି ରଥରୁ ଓହ୍ଲାଇ ଦିବ୍ୟ ଦର୍ଶନ ଦେବା ପାଇଁ ପରଟାରେ ଆବିର୍ଭାବ ହୋଇଛନ୍ତି ମହାପ୍ରଭୁ । ସକାଳର ଖାଇବା ପାଇଁ ପରଟା କରିବା ବେଳେ ଗୋଟିଏ ପରଟା ଉପରେ ମହାପ୍ରଭୁ ବିରାଜମାନ ହୋଇଗଲେ ବୋଲି କହିଛନ୍ତି ମିଲିରାଣୀ । ତେବେ ଏହି ଖବର କ୍ଷଣିକ ମଧ୍ୟରେ ସାରା ଗାଁରେ ବ୍ୟାପିଗଲା ଏବଂ ପରେ ଏଭଳି ଦୃଶ୍ୟ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଜଗନ୍ନାଥଙ୍କ ଶ୍ରୀମୁଖ ଦର୍ଶନ ପରେ ପରଟାକୁ ପିତଳ ଥାଳି ଧୁପ ଦୀପ ଦେଇ ପୂଜାର୍ଚ୍ଚନା କରାଯାଉଛି ।

Get real time updates directly on you device, subscribe now.