fbpx

Facebook କେବଳ ଏକ ସୋସିଆଲ ମିଡ଼ିଆ ନୁହେଁ, ଏଥିରୁ ଆପଣ ହଜାର ହଜାର ଟଙ୍କା ଇନକମ୍ କରିପାରିବେ

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟା ବା ଫେସବୁକକୁ କିଏ ବା ନ ଜାଣେ । ପାଞ୍ଚ ମିନିଟ ପାଇଁ ଫେସବୁକ ବ୍ୟବହାର ନକଲେ ଆଜିକାଲିର ଲୋକମାନେ ସତେ ଯେମିତି ପାଗଳ ହୋଇଯିବେ । ତେବେ ଆପଣମାନେ ଫେସବୁକରେ ସାଧାରଣ ଭାବେ ଫଟୋ, ଭିଡିଓ ଶେୟାର କରିବା, ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରିବା, ନ୍ୟୁଜ, ଭିଜୁଆଲ ଦେଖିବା ପାଇଁ ବ୍ୟବହାର କରିଥାନ୍ତି । ତେବେ ଫେସବୁକ ମଧ୍ୟ ଟଙ୍କା ରୋଜଗାରର ଏକ ସ୍ରୋତ, ଏକଥା ହୁଏତ ଆପଣମାନେ ଜାଣିନଥିବେ ।

ଯଦି ଆପଣମାନେ ଫେସବୁକରୁ ପଇସା ରୋଜଗାର କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପେଜକୁ ଅଧିକ ସଂଖ୍ୟକ ଲୋକ ପସନ୍ଦ କରୁଥିବା ଆବଶ୍ୟକ । ଯେତେ ଅଧିକ ଲୋକଙ୍କୁ ଆପଣ ଫେସବୁକରେ ଯୋଡ଼ିବାରେ ସମର୍ଥ ହେବେ, ଆପଣଙ୍କର ଇନକମ୍ ସେତିକି ଅଧିକ ହେବ । ଫେସବୁକରୁ ପଇସା କମାଇବା ପାଇଁ ଆପଣଙ୍କ ପାଖରେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ, ଫେସବୁକ ଆକାଉଣ୍ଟ, ଇଣ୍ଟରନେଟ, ଫେସବୁକ ପେଜ, ଫେସବୁକ ଗ୍ରୁପ ଥିବା ନିହାତି ଜରୁରୀ ।

୧- ଆଫିଲିଏଟ ମାର୍କେଟିଂରେ ଜ୍ଞାନ ଥିଲେ ଆପଣ ଫେସବୁକରୁ ରୋଜଗାର କରିପାରିବେ । ଆପଣ ଆମାଜନ, ଫ୍ଲିପକର୍ଟ ପରି ବଡ଼ ବଡ଼ କମ୍ପାନୀର ପ୍ରଡକ୍ଟ ଫେସବୁକ ପେଜରେ ସେଲ୍ କରି କମିଶନ ପାଇପାରିବେ ।

୨- ଯଦି ଆପଣଙ୍କ ପାଖରେ ଅଧିକ ଲାଇକ୍ ବିଶିଷ୍ଟ ଏକ ଫେସବୁକ ପେଜ ରହିଥିବ, ତେବେ ତାହାକୁ ଆପଣ ବିକ୍ରି କରିପାରିବେ । ୧ ଲକ୍ଷ ଲାଇକ୍ ବିଶିଷ୍ଟ ଏକ ଫେସବୁକ ପେଜ୍ ଥିଲେ ଆପଣ ତାହାକୁ ପ୍ରାୟ ୨୦ ହଜାର ଟଙ୍କାରେ ବିକ୍ରି କରିପାରିବେ । ଏହାଛଡ଼ା ଏହି ପେଜରେ ଆପଣ ବ୍ଲଗ୍, ୟୁ-ଟ୍ୟୁବର ପ୍ରମୋଶନ କରି ଇନକମ୍ କରିପାରିବେ ।

୩- ଆପଣ ଫେସବୁକରେ ମାର୍କେଟର କାର୍ଯ୍ୟ କରି ଅର୍ଥ ଉପାର୍ଜନ କରିପାରିବେ । ସେଥିପାଇଁ କେଉଁ ପୋଷ୍ଟ କେଉଁ ସମୟରେ ପୋଷ୍ଟ କରିବା ଦରକାର, ତାହା ଜାଣିବା ନିହାତି ଦରକାର । ଯଦି ଆପଣଙ୍କ ପାଖରେ ଏକ ସକ୍ରିୟ ଫେସବୁକ୍ ଗ୍ରୁପ୍ ରହିଥିବ, ତେବେ ସେଥିରୁ ଆପଣ ଟଙ୍କା କମାଇ ପାରିବେ ।

୪- ୨୦୧୭ ମସିହାରେ ଫେସବୁକ ନ୍ୟୁ ଭିଡିଓ ଷ୍ଟ୍ରିମିଂ ସର୍ଭିସ ଲଞ୍ଚ କରିଥିଲା । ଯଦି ଆପଣଙ୍କୁ ଭିଡିଓ ବନାଇବା ପସନ୍ଦ, ତେବେ ଆପଣ ୟୁ-ଟ୍ୟୁବ ପରି ଫେସବୁକରୁ ମଧ୍ୟ ପଇସା ରୋଜଗାର କରିପାରିବେ । ଏଥିପାଇଁ ଆପଣ ଫେସବୁକର ନିୟମ ଫଲୋ କରିବାକୁ ପଡ଼ିବ ।

୫- ଇଣ୍ଟରନେଟରେ ଏପରି ଅନେକ ଆପିଲିକେସନ ଓ ୱେବସାଇଟ୍ ରହିଛି ଯାହାକୁ ଆପଣ ନୂଆ ୟୁଜରଙ୍କୁ ରେଫର କରି କମିଶନ ପାଇପାରିବେ । ଯଦି ଆପଣ ଆପ୍ ବା ୱେବସାଇଟ୍ ପ୍ରମୋଟ କରୁଥାନ୍ତି, ତେବେ କୌଣସି ଫେସବୁକ ଗ୍ରୁପରେ ଉକ୍ତ ଲିଙ୍କ୍ ସେୟାର କରିପାରିବେ । ଯେତେ ଅଧିକ ଲୋକ ଆପଣଙ୍କ ଲିଙ୍କ୍ ଉପରେ ଟଚ୍ କରିବେ, ସେଥି ଅଧିକ ମାତ୍ରାରେ ଆପଣଙ୍କ କମିଶନ ବୃଦ୍ଧି ପାଇବ ।

୬- ଅନେକ ସେଲିବ୍ରେଟି, ପଲିଟିସିଆନ୍, ଛୋଟବଡ଼ କମ୍ପାନୀ ସେମାନଙ୍କର ରିଚ୍ ବଢ଼ାଇବା ପାଇଁ କ୍ଲାଏଣ୍ଟ ହାୟର କରିଥାନ୍ତି । ଏହି କ୍ଲାଏଣ୍ଟମାନେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ମ୍ୟାନେଜ୍ କରି ପଇସା ପାଇଥାନ୍ତି । ଏହାଛଡ଼ା ଆପଣ ଏଥିରେ ଦୈନିକ କଣ୍ଟେଣ୍ଟ ପବ୍ଲିସ କରି କମ୍ପାନୀଠାରୁ ଅର୍ଥ ପାଇପାରିବେ ।

Get real time updates directly on you device, subscribe now.